ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ବିଶାଳ ଗଣଧାରଣା

0 53

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା ସହିତ ପ୍ରତିବାଦ ସଭା ଆୟୋଜିତ ହୋଇଛି । ଜିଲ୍ଲା ସଭାପତି ତଥା ବିଧାୟକ(ଉତ୍ତର) ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ ନେତା ସଂଜୟ ଦାଶବର୍ମା ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଆଜି ସାରା ଦେଶ ହନ୍ତସନ୍ତ ହେଉଥିବା ନିଜ ଅଭିଭାଷଣ ରଖିଥିଲେ ।

ଅନ୍ୟତମ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଆଗାମୀ ଦିନରେ କେନ୍ଦ୍ର ସରକାର ଯଦି ଦରଦାମକୁ ନିୟନ୍ତ୍ରଣ ନ କରନ୍ତି ତେବେ ଏ ଆନ୍ଦୋଳନକୁ ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନେବା ପାଇଁ ଚେତାଇ ଦେଇଥିଲେ ।

hiring

ପ୍ରତିବାଦ ସଭାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ବିଧାୟକ ଶଶିଭୂଷଣ ବେହେରା, ଅରବିନ୍ଦ ଢାଲି, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ସାହୁ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ପ୍ରଣବ ବଳବନ୍ତରାୟ, ବ୍ୟମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରୁଦ୍ର ପ୍ରତାପ ମହାରଥୀଙ୍କ ସହିତ ଦଳର ଅନ୍ୟତମ ନେତୃମଣ୍ଡଳୀ ରବି ସାମଲ, ସୁବାଷ ଚନ୍ଦ୍ର ପାତ୍ର, ଅମରେଶ ଜେନା, ବିରଞ୍ଚି ନାୟରଣ ମହାସୂପକାର, ରଣଜିତ ମହାପାତ୍ର, ଅମରଜିତ ସେନାପତି, ସୁବାଷ ସୁନ୍ଦରାୟ, ପ୍ରତାପ ଜେନା, ଦୁର୍ଗା ସାମନ୍ତରାୟ, ସୁଲତା ଦେଓ, ସୁଲୋଚନା ଦାସ, ସଂଧ୍ୟା ବିଶ୍ୱାଳ, ମିରା ପରିଡା, ଏଲିନା ଦାସ, ଇପ୍‌ସିତା ସାହୁ, ସୁମିତ୍ର ଜେନା, ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ସଭାପତି ସମରେଶ ବେହୁରା, ଛାତ୍ର ସଭାପତି ସୁବାଷ ସାହୁଙ୍କ ସହିତ ଭୁବନେଶ୍ୱରର ସମସ୍ତ ପୂର୍ବତନ କର୍ପୋରେଟର, ସାଂଗଠନିକ ପଦାଧିକାରୀ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଗରିବ ମାରଣ ନୀତିକୁ ଦୃଢ ଭାବରେନିନ୍ଦା କରିବା ସହିତ ଆଗାମୀ ଦିନରେ ଏ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ନିଜ ମତ ରଖିଥିଲେ । ସଭା ଶେଷରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

7 − one =