ସ୍କୁଲ ଖୋଲିବା ନେଇ ଆସିଲା ବଡ ଖବର, ମନ୍ତ୍ରୀ କହିଲେ ଏମିତି

0 315

ଭୁବନେଶ୍ୱର: ଧୀରେଧୀରେ କରୋନାର ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେଣୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ କିଛି ଦିନ ତଳେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଥିବାବେଳେ ନିକଟରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲା ଯାଇଥିଲା ।
ତେବେ ବର୍ତ୍ତମାନ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଦୀପବଳି ପରେ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ୍ସ ମାନି ସ୍କୁଲ ଖୋଲିପାରେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କରୋନାର ତୃତୀୟ ଲହରର ଆଶଙ୍କା କମୁଥିବାରୁ ଦୀପାବଳି ପରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ। ତେବେ ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଠିକ୍ ହେବନାହିଁ, ତେଣୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ ବୋଲି ମଧ୍ୟ ସେ କହିଛନ୍ତି ।
ସୂଚନା ଅନୁସାରେ କରୋନା କାଳରେ କ୍ଲାସରୁମରେ ପାଠପଢା ବନ୍ଦ ରହିଥିଲା । ତେଣୁ ଘରେ ରହି ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କାର୍ଯ୍ୟ କରାଯାଉଥିଲା । ଅନେକ ଅଞ୍ଚଳରେ ନେଟୱାର୍କ ସମସ୍ୟା ଥିବାରୁ ଅନେକ ପିଲା ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହେଉଥିଲେ ।

hiranchal ad1
Leave A Reply

Your email address will not be published.

4 + 5 =