ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

0 192

ଫୁଲବାଣୀ: ପଞ୍ଚାୟତରାଜ, ପାନୀୟ ଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡିଛନ୍ତି । ଆଜି ସକାଳୁ ସ୍ଥାନୀୟ ଫୁଲବାଣୀ ପ୍ରଦକ୍ଷଣ ଗୃହ ଠାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ତତକ୍ଷଣାତ ଡାକ୍ତରୀ ଦଳ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା ଆରମ୍ଭ କରୁଛନ୍ତି । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବଲାନ୍ସ ଯୋଗେ ଭୁବନେଶ୍ୱର ନେବାଲାଗି ପରାମର୍ଶ ଦେଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି ,ଏସପି ଭିନିତ ଅଗରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ, ଗ୍ରାମ୍ୟପାନୀୟ ଜଳ ବିଭାଗ ଏ ସଇ, ଇଂ.ସନ୍ତୋଷ କୁମାର କରଙ୍କ ସମେତ ବହୁ ବରୀଷ୍ଠ ଅଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝୁଛନ୍ତି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ୪ ଦିନିଆ କନ୍ଧମାଳ ଗସ୍ତରେ ଆସି ମନ୍ତ୍ରୀ ଜେନା ଦାରିଙ୍ଗବାଡି, କୋଟଗଡ ,ତୁମୁଡିବନ୍ଧ ବାଲିଗୁଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାପରେ ଶନିବାର ଫୁଲବାଣୀ ପ୍ରଦକ୍ଷଣ ଗୃହରେ ପହଞ୍ଚିଥିଲେ । ଆଜି ରବିବାର ଚକାପାଦ ଶଙ୍କରାଖୋଲ, ବସ୍ତିଙ୍ଗିଆ, ଗଞ୍ଜଗୁଡ଼ା ଆଦି ଗ୍ରସ୍ତକରି ବିଭିନ୍ନ ଉନ୍ନୟନ୍ନ ପ୍ରକଳ୍ପ ଉଦଘାଟନ କରିବାର ଥିଲା । ଆସନ୍ତାକାଲି ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟକ୍ରମ ଥିଲା । ସେ ଅସୁସ୍ଥ ହେବା ପରେମନ୍ତ୍ରୀ ଜେନାଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପଞ୍ଚାୟତରାଜ,ପାନୀୟ ଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ବିଜେଡି ସାଂଗଠନିକ ଦୀୟିତ୍ୱରେ ଥିବାରୁ ୪ ଦିନିଆ ଗ୍ରସ୍ତରେ ଆସିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 13 =