ଉଚ୍ଛେଦ ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ ବିଲ୍ଡିଂ

0 119

ପୁରୀ : ଶ୍ରୀମନ୍ଦିର ଐତିହ କରିଡରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ଏହି କ୍ରମରେ ଆଜି ଶ୍ରୀନହର ସମୁଖ ରେ ଥିବା ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଉଚ୍ଛେଦ କରାଯାଇଛି । ଏହା ବହୁ ପୁରାତନ ବିଲ୍ଡିଂ ଥିଲା । ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ବିଲ୍ଡିଂକୁ ଉଚ୍ଛେଦ କରାଯାଇଛି । ଏଥିପାଇଁ ସକାଳୁ ବିଲ୍ଡିଂକୁ ସଂଯୋଗ କରୁଥିବା ଦୋଳ ବେଦୀ କୋଣ ରାସ୍ତାକୁ ବ୍ୟାରିକେଡ ଦେଇ ବନ୍ଦ କରାଯାଇଛି । ଦୁଇଟି ଜେସିବି ମେସିନ ଦ୍ୱାରା ଭଙ୍ଗା ଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଛି । ତେବେ ନୂଆ ବିଲ୍ଡିଂ ନିର୍ମାଣ ପରେ ଏଠାରେ ଥିବା ବିଭିନ୍ନ ବିଭାଗ ସେଠାକୁ ସ୍ଥାନାନ୍ତର ହେବ । ସେହିପରି ଶ୍ରୀମନ୍ଦିର କାର୍ଯ୍ୟଳୟ ପରିସରରେ ଥିବା ଦେବୀ ଚର୍ଚ୍ଚିକାଙ୍କ ମନ୍ଦିରକୁ ନୂଆ ରୂପ ଦିଆଯିବ । ଭକ୍ତ ମାନେ ଯେଭଳି ଭଲରେ ମାଙ୍କୁ ଦର୍ଶନ କରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ଚୌହଦି ର ୭୫ ମିଟର ପରିଧି ରେ ଥିବା ସମସ୍ତ ମଠ, ଲଜିଂ, ଘରୋଇ ବାସଗୃହ ଉଛେଦ କରାଯାଇଛି । ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

three × one =