ଭୀମସାରର ୨୨ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ପଜିଟିଭ ଚିହ୍ନଟ

0 49

ସମ୍ବୁଲପୁର: ବୁର୍ଲା ଭୀମସାରର ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସଂକ୍ରମିତ ହୋଇଥିବା ଛାତ୍ରୀଛାତ୍ରୀମାନେ ହଷ୍ଟେଲରେ ରହୁଥିଲେ। ହଷ୍ଟେଲରେ ରହୁଥିବା ଅନ୍ୟମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଛି। ଭୀମସାର ଅଧୀକ୍ଷକ କୋଭିଡ୍ ହସ୍ପିଟାଲରେ ପହଞ୍ଚି ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ ବର୍ଷ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। କିଛି ଦିନ ତଳେ ବୁର୍ଲା ଭୀମସାର କଲେଜରେ ଆନୁଆଲ ଫଙ୍କସନ୍‌ ହୋଇଥିଲା। ସେଥିପାଇଁ ସଂକ୍ରମଣ ବଢ଼ିଥିବା ସନ୍ଦେହ କରାଯାଉଛି।

hiranchal ad1
Leave A Reply

Your email address will not be published.

one − one =