ଓଡିଆ ସହିଦ ନୁଦୁରାମଙ୍କୁ “ବୀରଚକ୍ର’

0 38

ନୂଆଦିଲ୍ଲୀ : ଓଡିଆ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋତ୍ତର ବୀରଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ସୋରେନଙ୍କ ପତ୍ନୀ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ସୋରେନ ଗତବର୍ଷ ଗଲୱାନ ଘାଟିରେ ସହିଦ ହୋଇଥିଲେ । ନୁଦୁରାମ ସୋରେନ ଓଡିଶାର ମୟୁରଭଞ୍ଜ ଜିଲ୍ଲାର ବାଡଚମ୍ପାଉଡା ଗ୍ରାମରେ ୦୨ ଅପ୍ରେଲ ୧୯୭୭ରେ ଜନ୍ମ ଗ୍ରହଣ କରିଥିଲେ । ଅପ୍ରେଲ ୨୭ ୧୯୯୬ରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଆର୍ମି ଟ୍ରେନିଂ ଶେଷ କରିବା ପରେ ସେ ୨୭ ମାର୍ଚ୍ଚ ୧୯୯୭ରେ ବିହାରରେ ପୋଷ୍ଟ ହୋଇଥିଲେ । ସେ ସମସ୍ତ ପ୍ରକାର ଖେଳ ଓ ଦୁଃସାହିସକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ସହିଦ ସୋରେନ ଜଣେ ଭଲ ହକି ଓ ଫୁଟବଲ ଖେଳାଳି ଥିଲେ ।
ସେହିପରି ସହିଦ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ସହିଦ ସନ୍ତୋଷଙ୍କ ପତ୍ନୀ ଓ ମାଆ ଗ୍ରହଣ କରିଥିଲେ । ସେ ମଧ୍ୟ ଗତବର୍ଷ ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ଲଢି ଦେଶପାଇଁ ଜୀବନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

10 − 8 =