ଟ୍ରାକ୍ଟରକୁ ୫୦ ହଜାର ଜରିମାନା

0 175

ସୁବର୍ଣ୍ଣପୁର: ଆଜି ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ଓଆର ୩୧-୩୦୧୮ ନମ୍ବର ବିଶିଷ୍ଟ ଗୋଟିଏ ଟ୍ରାକ୍ଟର ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସୋନପୁର ତହସିଲଦାରନବୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୫୦ହଜାର ଟଙ୍କାର ଜରିମାନା ଆଦାୟ କରିଛନ୍ତି । ପ୍ରଶାସନର ବାରମ୍ବାର ତାଗିଦ ସତ୍ତେ୍ୱ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଏବଂ ଏହି ବେଆଇନ ବାଲି ଚାଲାଣକୁ ରୋକିବା ନିମନ୍ତେ ଜରିମାନା ଅର୍ଥ ରାଶିକୁ ବୃଦ୍ଧି କରାଯାଇଛି । ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ତଥା ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 + sixteen =