“ନାରୀ ସୁରକ୍ଷା ଓ ଅଧିକାର’କୁ ନେଇ ସଚେତନତା ସଭା

0 72

ପାରଳାଖେମୁଣ୍ଡି : ସଖୀ-ୱାନ୍‌ ଷ୍ଟପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ “ନାରୀ ସୁରକ୍ଷା ଓ ଅଧିକାର’କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି କଲ୍ୟାଣୀ ଦେବୀ, ସମ୍ମାନୀତ ଅତିଥି ବିକାଶ ମେହେର, ସଖୀ- ୱାନ ଷ୍ଟପ୍‌ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ, ସଖୀ- ୱାନ ଷ୍ଟପ୍‌ ସେଣ୍ଟରର କାଉନସିଲର ଶ୍ରୀମତି ମିନା କୁମାରୀ ଟହଲ, ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମାସିନୀ ଲୀମା, ମହାବିଦ୍ୟାଳୟର ସମ୍ପାଦକ କେ. ଅରୁଲ କୁମାର, ସ୍ଥାନୀୟ ୟୁ-ଟେକ୍‌ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର, ସଖୀ- ୱାନ ଷ୍ଟପ୍‌ ସେଣ୍ଟରର ସମସ୍ତ କାର୍ଯ୍ୟକର୍ତ୍ତା ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମଞ୍ଚସ୍ଥ ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଖୀ-ୱାନ୍‌ ଷ୍ଟପ୍‌ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ସଭାପତିତ୍ୱ କରିଥିବାବେଳେ ଶ୍ରୀମତି ମିନା କୁମାରୀ ଟହଲ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାରେ ମୁଖ୍ୟ ଅତିଥି ନାରୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଏହାର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସମ୍ୟକ୍‌ ଧାରଣା ଦେବା ସହ, ସମ୍ମାନୀତ ଅତିଥି ବିକାଶ ମେହେର ନାବାଳିକା ପ୍ରତି ହେଉଥିବା ଅତ୍ୟାଚାର, ନିର୍ଯାତନା ଓ ଏହାର ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସେହିପରି ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ଜିଲ୍ଲାରେ ନାବାଳିକାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ଓ ମାନସିକ ନିର୍ଯାତନା ତଥା ବାହ୍ୟ ରାଜ୍ୟକୁ ଚାଲଣ ହେଉଥିଲେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତି ପଦ୍ମାସିନୀ ଲୀମା ଶିଶୁ ସୁରକ୍ଷା ଆଇନ୍‌ ଓ ମିନା କୁମାରୀ ଟହଲଙ୍କ ଏକ ସ୍ୱରଚିତ ସଙ୍ଗୀତ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମଟି ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଖୀ-ୱାନ୍‌ ଷ୍ଟପ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି । ଶେଷରେ ଶ୍ରୀମତି ପ୍ରତି ପ୍ରିୟଦର୍ଶିନୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ସୁମତି ପରିଚ୍ଛା ଓ ମୋହିନୀ ପ୍ରଧାନ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − thirteen =