ଡକାୟତ ଗ୍ୟାଙ୍ଗକୁ ଧରିବାରେ ପିପିଲି ପୋଲିସ ସଫଳ

0 88

ପୁରୀ,୩୦/୧୧- ପୁରୀ ଜିଲ୍ଲା ପିପିଲି ବାଇପାସ ଜାତୀୟ ରାଜପଥ ବାରମ୍ବାର ଲୁଟ ଘଟଣାରେ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଥିବା ଡକାୟତ ଗ୍ୟାଙ୍ଗକୁ ଧରିବାରେ ପିପିଲି ପୋଲିସ ସଫଳ ହୋଇଛି । ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ଜଣକୁ ଗିରଫ କରିଛି ପିପିଲି ପୋଲିସ । ମାରଣାସ୍ତ୍ର ସହିତ ଲୁଟ ଜିନିଷକୁ ଜବତ କରିଥିବା ପିପିଲି ଥାନା ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଦେବଦତ୍ତ ବରାଳ । ଗିରଫ ସମସ୍ତ ଅପରାଧି ହେଲେ ମହମ୍ମଦ ଅରମାନ ଓରଫ ଅରମାନ ସା (୨୦),ରୁଦ୍ରନାରାୟଣ ସ୍ୱାଇଁ ଓରଫ ବାବୁ(୧୯) ଓ ଆବାସ ସା ଓରଫ ଅବୁ (୨୩)କୁ ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତମାନେ ପେଶାଦାର ଅପରାଧି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅରମାନ ନାମରେ ପୂର୍ବରୁ ପିପିଲି, ଡେଲାଙ୍ଗ ଓ କାକଟପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଗତ ୨୭.୧୧.୨୧ରେ ୬ଜଣ ଦୁର୍ବୁତ୍ତ ୨ଟି ମୋଟର ସାଇକେଲରେ ଆସି ପିପିଲି ୩୧୬ନମ୍ବର ଜାତୀୟ ରାଜପଥ ଟୋଲଗେଟ ଓ ଭୋଗୁଆବାଙ୍କରୁ ୨ଜଣ ବ୍ୟକ୍ତିଙ୍କ ଠାରୁ ଛୁରୀ ଦେଖାଇ ୨ଟି ଦାମୀ ମୋବାଇଲ ଫୋନ ୨ହଜାର ଟଙ୍କା ଓ ଗୋଟିଏ ରୁପା ବ୍ରେସଲେଟ ଲୁଟି ନେଇ ଥିଲେ । ପିପିଲି ଥାନାରେ ଅଭିଯୋଗ ହେବା ପରେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପରେ ଅପରାଧି ମାନଙ୍କୁ ଧରିବା ପାଇଁ ପୁରୀ ଏସ୍‌ ପି କେ.ବିଶାଳ ସିଂଙ୍କ ନିର୍ଦ୍ଦେଶରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ଥାନାଧିକାରୀ ଅଭିମନ୍ୟୁ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଜାତୀୟ ରାଜପଥ ଲୁଟ ଘଟଣାରେ ତଦନ୍ତ କରାଯାଇ ସଂପୃକ୍ତ ଥିବା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଧରିବାରେ ସ୍ଥାନୀୟ ପୋଲିସ ସଫଳ ହୋଇଥିଲା । ସେମାନଙ୍କ ଠାରୁ ୬ଟି ମୋବାଇଲ, ଗୋଟିଏ ରୂପା ବ୍ରେସଲେଟ ଓ ଡକାୟତିରେ ବ୍ୟବହୃତ ଦୁଇଟି ଛୁରୀ ଓ ପଲସର ଗାଡିକୁ ଜବତ କରାଯାଇଛି । ଅନ୍ୟ ଅପରାଧିମାନଙ୍କୁ ଧରିବାପାଇଁ ପିପିଲି ପୋଲିସର ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏସ୍‌ ପିଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରା ଛକ ଠାରୁ ବାଟ ଗାଁ ପର୍ଯ୍ୟନ୍ତ ଜାତୀୟ ରାଜପଥ କଡରେ ଥିବା ସମସ୍ତ ଢ଼ାବା ହୋଟେଲ ଉପରେ ନଜର ରଖିବା ସହିତ ପୋଲିସ ପ୍ରାଟୋଲିଂକୁ କଡାକଡି କରା ଯାଉଥିବା ଏସଡିପିଓ ଶ୍ରୀ ବରାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 2 =