ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣି ଉଚ୍ଛେଦ ଆରମ୍ଭ

0 59

ପୁରୀ: ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି । ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହି କାର୍ଯ୍ୟରେ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ମିଟର ସୁରକ୍ଷା ଜୋନ ମଧ୍ୟରୁ ପ୍ରାୟ ୯୫ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଲାଣି । କିଛି ଜମିକୁ ନେଇ ମାମଲା ହାଇକୋର୍ଟରେ ଥିବାବେଳେ ଆଉ କିଛି ପ୍ଲଟର କ୍ଷତିପୂରଣ ନେଇ ଜିଲ୍ଲା ପ୍ରଶାସନ ସହ ଆପୋଷ ଆଲୋଚନା ଚାଲିଛି । ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ସରିବା ପରେ ଐତିହ୍ୟ କରିଡ଼ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

sixteen − 3 =