କୁଖ୍ୟାତ ଅପରାଧୀ ଜୟନ୍ତ ଗିରଫ

0 270

ସମ୍ବଲପୁର:ବିଗତ ଦଶ ବର୍ଷରୁ ଊର୍ଦ୍ଧ୍ୱ କାଳ ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗୀନ ମାମଲାରେ ଲିପ୍ତରହି ପୁଲିସ ସହିତ ଲୁଚକାଳି ଖେଳୁଥିବା କୁଖ୍ୟାତ ଅପରାଧୀ ଜୟନ୍ତ ସେଠ(୪୨)କୁ ଗିରଫ କରାଯାଇଛି । ଏବିଷୟରେ ସମ୍ବଲପୁର ପୁଲିସ ଅଧ୍ୟକ୍ଷ ବାତୁଲା ଗଙ୍ଗାଧରଙ୍କ ପକ୍ଷରୁ ଆଜି କୁହାଯାଇଛି ନାକଟିଦେଉଳ ଥାନା ଅନ୍ତର୍ଗତ କେଲୋବେର୍ଣୀ ନିବାସୀ ଜୟନ୍ତକୁ ଗିରଫ କରି ସେହି ଥାନାକୁ ଅଣାଯାଇଛି । ତାହା ନାଁ ରେ ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୦ଟି ମାମଲା ରୁଜୁ କରାଯାଇଛି । ଜାମିନବିହୀନ ପରୱାନା ଜାରି କରାଗଲା ପରେ ସେ ଫରାର ହୋଇଯାଇଥିଲା । ତା ବିରୁଦ୍ଧରେ ଆର୍ମ୍ସ ଏକ୍ଟ, ଡକାୟତି, ରାହାଜାନୀ ଓ ସମ୍ପତ୍ତି ବିବାଦ ଆଦି ଅନେକ ସଙ୍ଗୀନ ମାମଲା ସହିତ ସାତଟି ୱାରାଣ୍ଟ ଜାରି ରହିଥିବାରୁ ତନାଘନା ସହିତ ପୁଲିସ ପକ୍ଷରୁ ତାହାକୁ ଖୋଜା ଚାଲିଥିଲା । ତାହାକୁ ଗିରଫ କଲାପରେ, ତା’ସହିତ ପଚରାଉଚରା ଓ ଏହି ମାମଲାର ତଦନ୍ତ ଜାରି ରହିଥିବାରୁ ଏବିଷୟରେ ଆଉ ଅଧିକ ତଥ୍ୟ ଦେବାପାଇଁ ବାରଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

nine + ten =