ପୁରୀରେ ଲାଗିରହିଛି ଝିପିଝିପି ବର୍ଷା: ବଡଦାଣ୍ଡ, ସି-ବିଚ୍‌ ଖାଁ ଖାଁ

0 44

ପୁରୀ : ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା ଲାଗି ରହିଛି । ଗତକାଲି ରାତିରୁ ଏହି ବର୍ଷା ଲାଗି ରହିଛି । ଫଳରେ ପର୍ଯ୍ୟଟନ ସହର ପୁରୀ ଏବେ ଖାଁ ଖାଁ । ବଡ଼ ଦାଣ୍ଡ, ସିବିଚ ସମେତ ଶ୍ରୀମନ୍ଦିର ନିକଟରେ ଲୋକ ଗହଳି ବିଲକୁଲ ନାହିଁ । ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି ସୁଚାରୁରୂପେ ଚାଲିଛ଼ି । ବାତ୍ୟା ଓ ବର୍ଷାକୁ ନେଇ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବାଧା ନ ଉପୁଜେ ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରରେ ଲାଇଟ ନୀରବଚ୍ଛିନ୍ନ ରହିବା ପାଇଁ ଡିଜି ସେଟ ବ୍ୟବସ୍ଥା ହୋଇଛି । ସେପଟେ ବାତ୍ୟା ଦୁର୍ବଳ ହୋଇଥିବା ହେତୁ ପୁରୀବାସୀ ଆଶ୍ୱସ୍ଥି ହୋଇଛନ୍ତି । ତେବେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ପୁରୀ ସହରରେ ଜଳ ବନ୍ଦୀ ସମସ୍ୟା ଯେଭଳି ନ ଉପୁଜେ ସେ ନେଇ ମୋଟର ପମ୍ପର ବ୍ୟବସ୍ଥା ହୋଇଛି । ତେବେ ବାତ୍ୟା ବିପଦ ଟଳି ଥିଲେ ମଧ୍ୟ ୭୦ କିମି ବେଗରେ ପବନ ଆଶଙ୍କା ଥିବାରୁ ଓ ଅତି ବର୍ଷା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି ।

hiranchal ad1
Leave A Reply

Your email address will not be published.

two × five =