ବିରୋଧୀଦଳ ନେତା ହେବେ ଜୟନାରାୟଣ !

0 200

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଏବେ ଶ୍ରୀ ନାଏକଙ୍କ ପଦବୀରେ ଜଣେ ନୂଆ ନେତା ବସାଇବାକୁ ରାଜ୍ୟ ବିଜେପି ଚିନ୍ତା କରୁଛି । ବିରୋଧୀ ନେତା ପଦଟି ଏକ ସାମ୍ବିଧାନିକ ପଦ ହୋଇଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଏହି ପଦବୀରେ ବସାଇବାକୁ ଦଳ ଚିନ୍ତା କରୁଛି । ତେବେ ବର୍ତ୍ତମାନ ବିରୋଧୀଦଳ ଉପନେତା ଥିବା ବିଷ୍ଣୁ ସେଠୀ ଓ ମୁଖ୍ୟ ସଚେତକ ଥିବା ମୋହନ ମାଝୀ ଏହି ପଦବୀରେ ବସିବାକୁ ଆଗ୍ରହ ଦେଖାଉଛନ୍ତି । ଏମିତି ସ୍ଥିତିରେ କାହା ମୁଣ୍ଡରେ ବିରୋଧୀଦଳ ନେତା ପଦ ରାଜ୍ୟ ବିଜେପି ଦେବ ତାହାକୁ ନେଇ ଦଳର ଜାତୀୟ ଅଧ୍ୟକ୍ଷଙ୍କ କାନରେ କଥା ପକାଯାଇଛି । ଆଜି ବିଧାନସଭା ବନ୍ଦ ଥିବାରୁ ଏହି ଦୁଇ ନେତା ଜୟନାରାୟଣଙ୍କୁ ଛାଡି ଦିଲ୍ଲୀରେ ନିଜ ସପକ୍ଷରେ ପୃଥକ ପୃଥକ ଭାବରେ ଲବି କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୩ ନେତାଙ୍କ ମଧ୍ୟରୁ କାହା ନାମ ସୁପାରିଶ କରୁଛନ୍ତି ତାହା ଦେଖିବାକୁ ଥିବା ବେଳେ ଜୟନାରାୟଣଙ୍କ ପାଳି ଏହି ପଦ ପାଇଁ ପଡିପାରେ ବୋଲି ଅଧିକ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

4 + 17 =