ନିୟମିତ ମୁଣ୍ଡବିନ୍ଧାରୁ କେମିତି ରକ୍ଷା ପାଇବେ ?

0 313

ଆଜିକାଲି କର୍ମମୟ ଜୀବନ ଏବଂ କାର୍ଯ୍ୟ ଚାପ ପାଇଁ ପ୍ରତ୍ୟେକ ବ୍ୟକ୍ତି ମାନସିକ ଅବସାଦରେ ରହିଥାଆନ୍ତି । ମାନସିକ ଅବସାଦରେ ରହିବା ଯୋଗୁଁ ମୁଣ୍ଡ ବିନ୍ଧା ସମସ୍ୟା ଏବେ ସାଧାରଣ କଥା ହୋଇଗଲାଣି । ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ଖାଆନ୍ତି । ଏବଂ ଏହା ଧୀରେ ଧୀରେ ଅଭ୍ୟାସ ହୋଇଯାଇଥାଏ । ଏହି ଅଭ୍ୟାସ ଛାଡ଼ିବାକୁ ଅନେକ ସମୟ ଲାଗିଥାଏ । ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଔଷଧ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ଅନେକ ପ୍ରକାରର ମାରାତ୍ମକ ରୋଗ ହୋଇଥାଏ ।
ଏଥିପାଇଁ ଆଜି ଆମେ ମୁଣ୍ଡବିନ୍ଧାର ରାମବାଣ ବିଷୟରେ କହିବା । ଏହା ଦ୍ୱାରା ଆପଣଙ୍କ ଶରୀରରେ କୌଣସି କ୍ଷତି ହେବ ନାହିଁ । ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ଜୁଆଣି ଦରକାର । ଯାହା ପ୍ରତ୍ୟେକ ଘରେ ସହଜରେ ମିଳିଥାଏ ।
ଜୁଆଣି ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ । ସର୍ବପ୍ରଥମେ ଏକ ଚାମଚ ଜୁଆଣିକୁ ତାୱାରେ ହାଲୁକା ଭାଜି ସୂତା ଲୁଗାରେ ବାହାର କରି ଆଣନ୍ତୁ । ଏବଂ ଏହାକୁ ଏକ ପୁଟୁଳିରେ ବାନ୍ଧି ଦିଅନ୍ତୁ । ଏହି ପୁଟୁଳିରେ ଜୁଆଣି ହାଲୁକା ଗରମ ହୋଇଥିବା ଉଚିତ୍‌ । ମୁଣ୍ଡ ବିନ୍ଧିଲେ ଜୁଆଣିର ପୁଟୁଳି ଥଣ୍ଡା ହେବା ଯାଏଁ ଶୁଙ୍ଘନ୍ତୁ । ଏହା କରିବା ଦ୍ୱାରା ମୁଣ୍ଡ ବିନ୍ଧା ୨ମିନିଟରେ ଭଲ ହୋଇଯିବ ।

hiranchal ad1
Leave A Reply

Your email address will not be published.

five × 4 =