ଜ୍ୟାକ୍‌ଲିନ୍‌ଙ୍କ ନାଁରେ ଠକେଇ ଅଭିଯୋଗ

0 47

ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଏବଂ ନୋରା ଫତେହିଙ୍କ ନାଁରେ ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକ୍‌ଲିନ୍‌ ଜାନୁଆରୀରେ ପରସ୍ପର ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ । ସୁକେଶ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟିରୁ ଅଧିକ ମୂଲ୍ୟର ଦାମୀ ଉପହାର ପଠାଇଥିଲେ । ବହୁମୂଲ୍ୟ ଉପହାରରେ ଅଳଙ୍କାର, ହୀରାର ଜୁଏଲାରୀ ସେଟ୍‌, କ୍ରୋକେରି, ୪ଟି ପାର୍ସୀ ବିଲେଇ (ଗୋଟିଏ ବିଲେଇର ଦାମ୍‌ ପ୍ରାୟ ୯ ଲକ୍ଷ ଟଙ୍କା) ଏବଂ ୫୨ ଲକ୍ଷ ଟଙ୍କା ମୂଲ୍ୟର ଘୋଡା ଏଥିରେ ସାମିଲ ଥିଲା । ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଭାଇ ଭଉଣୀଙ୍କ ପାଇଁ ମଧ୍ୟ ସୁକେଶ ବହୁ ପରିମାଣର ଟଙ୍କା ପଠାଇଥିଲେ । ଏନେଇ ଇଡି ଜ୍ୟାକଲିନଙ୍କ ଘନିଷ୍ଠ ସହଯୋଗୀ ଏବଂ କର୍ମଚାରୀଙ୍କୁ ମଧ୍ୟ ପ୍ରଶ୍ନ କରିଥିଲା । ସେହିପରି ନୋରାଙ୍କୁ ସୁକେଶ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଏବଂ ଆଇଫୋନ୍‌ ଗିଫ୍ଟ କରିଥିଲେ । ଯାହାର ଦାମ୍‌ ମିଶି ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ଥିଲା । ତିହାର ଜେଲରୁ ୨୦୦ କୋଟି ଟଙ୍କା ବଟି ଅଦାୟ ମାମଲାରେ ମନି ଲଣ୍ଡ୍ରିଂ ଅଧୀନରେ ଦାଖଲ ହୋଇଥିବା ଇଡି ଚାର୍ଜସିଟରେ ଏହିଭଳି କିଛି ସମ୍ବେଦନଶୀଳ ଖୁଲାସା ହୋଇଛି । ସୁକେଶ ଚନ୍ଦ୍ରଶେଖର ଜେଲରେ ଥିବା ବେଳେ ଜ୍ୟାକ୍‌ଲିନଙ୍କ ସହ ମୋବାଇଲ୍‌ରେ କଥା ହେଉଥିଲେ । ଯେତେବେଳେ ଜାମିନ୍‌ରେ ସୁକେଶ ଜେଲ୍‌ରୁ ମୁକୁଳିଥିବା ସେତେବଳେ ସେ ଚେନ୍ନାଇ ପାଇଁ ଚାଟାର୍ଜ ଫ୍ଲାଇଟ୍‌ ବୁକ୍‌ କରିଥିଲେ । ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଚାର୍ଟାର୍ଡ ବିମାନ ମଧ୍ୟ ବୁକ୍‌ କରିଥିଲେ । ଉଭୟ ସୁକେଶ ଏବଂ ଜ୍ୟାକଲିନ ଚେନ୍ନାଇର ଏକ ହୋଟେଲରେ ମଧ୍ୟ ରହିଥିଲେ । ଜାମିନରେ ଥିବାବେଳେ ସୁକେଶ ଘରୋଇ ଜେଟରେ ବିମାନ ଯାତ୍ରା ପାଇଁ ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଇଡି ତା’ ଚାର୍ଜସିଟ୍‌ରେ କହିଛି । କିଛି ଦିନ ତଳେ ୨୦୦ କୋଟି ଠକେଇ କରିଥିବା ମାମଲାରେ ଜେଲରେ ଥିବା ସୁକେଶଙ୍କ ସହ ଜ୍ୟାକଲିନଙ୍କ ଗୋଟିଏ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଥିଲା । ସୁକେଶ ଅନ୍ତରୀଣ ଜାମିନରେ ଜେଲରୁ ବାହାରିବା ପରେ ଜ୍ୟାକଲିନଙ୍କୁ ଭେଟିଥିଲା । ଚେନ୍ନାଇରେ ଉଭୟ ପରସ୍ପରୁ ୪ଥର ଦେଖା କରିଥିଲେ ।

hiranchal ad1
Leave A Reply

Your email address will not be published.

13 − 2 =