ଆହୁରି ୧୨ ଘଣ୍ଟା ବର୍ଷା ସମ୍ଭାବନା

0 75

କଭୁବନେଶ୍ୱର : ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଏହା ପଶ୍ଚିମବଙ୍ଗରେ ପହଞ୍ଚିବ ।  ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରଭାବରେ ୧୨ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ଆଉ ୧୨ଘଣ୍ଟା ପରେ ବର୍ଷା ପରିମାଣ କମିବ ।  ଦକ୍ଷିଣରୁ ଯାଇ ଉତ୍ତର ପୂର୍ବ ଓଡିଶାରେ ବର୍ଷା ବଢିବ । ଦକ୍ଷିଣ ଓଡିଶାର ଉପକୂଳ ଜିଲ୍ଲାରେ ୬ଘଣ୍ଟା ଯାଏଁ ବର୍ଷା ହେବ । ବର୍ତ୍ତମାନ ୪୫ରୁ ୫୫ କିମି ବେଗରେ ପବନ ବହୁଛି । ରାତିରେ ପବନର ବେଗ କମି ୩୦ ରୁ ୪୦ କିମି ରହିବ । ସେ ଆହୁରି କହିଛନ୍ତି ଯେ, ଜୱାଦ ଏବେ ପୁରୀଠାରୁ ୭୦ କିମି ଦୂରରେ ରହିଛି । ଏହା ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମବଙ୍ଗରେ ପହଞ୍ଚିବ ।

hiranchal ad1
Leave A Reply

Your email address will not be published.

three × 1 =