ପଞ୍ଚାୟତ ନିର୍ବାଚନକୁ ନେଇ ଏମିତି କହିଲେ ମନ୍ତ୍ରୀ ପ୍ରତାପ ଜେନା

0 117

ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣକୁ ନେଇ ଏବେ ବିଶ୍ୱବ୍ୟାପୀ ଆଶଙ୍କା ବଢ଼ୁଥିଲେ ବି ରାଜ୍ୟରେ ପଂଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଓମିକ୍ରନ୍ ସଂକ୍ରମଣ ମାମଲା ବଢ଼ୁଥିବାବେଳେ ପଂଚାୟତ ନିର୍ବାଚନ ଆସନ୍ତାବର୍ଷ ଫେବୃୟାରୀ ମାସରେ ହେବାକୁ ନେଇ ଆଶଙ୍କା ଦେଖାଦେଇଥିଲା। କିନ୍ତୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତ ନିର୍ବାଚନକୁ ଘୁଂଚାଇବାର ସମ୍ଭାବନା ନାହିଁ । ପଂଚାୟତ ନିର୍ବାଚନକୁ ନେଇ ରାଜ୍ୟ ନର୍ବାଚନ କମିଶନଙ୍କ ନିକଟରେ ରାଜ୍ୟ ସରକାର ତାଙ୍କର ରିପୋର୍ଟ ଦାଖଲ କରିସାରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।

hiranchal ad1
Leave A Reply

Your email address will not be published.

1 − 1 =