ଦକ୍ଷିଣ ଆଫ୍ରିକାରୁ ଆସିଥିବା ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ

0 124

ଚଣ୍ଡିଗଡ: ଓମିକ୍ରନ ଦ୍ରୁତ ଗତିରେ ମାଡି ଚାଲିଥିବାବେଳେ, ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ ଆସିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସାରା ଦେଶର ଚିନ୍ତା ବଢିଛି । ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ତାଙ୍କ ଘର ଚଣ୍ଡିଗଡକୁ ଫେରିଥିବାବେଳେ ସେମାବାର ସକାଳେ ସେ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ଏହା ସହିତ ତାଙ୍କ ପରିବାରର ଜଣେ ବ୍ୟକ୍ତି ଓ ଜଣେ ସହାୟକ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ବ୍ୟକ୍ତି ଜଣଙ୍କ ବୟସ ୩୯ ବର୍ଷ ହୋଇଥିବାବେଳେ, ସେ ନଭେମ୍ବର ୨୧ରେ ଦକ୍ଷିଣ ଆଫ୍ରିକାରୁୁ ଚଣ୍ଡିଗଡ ଆସିଥିଲେ ବୋଲି ଚଣ୍ଡିଗଡ ପ୍ରଶାସନ ସୂଚନା ଦେଇଛି । ପ୍ରଥମେ ତାଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା କିନ୍ତୁ ପରେ ପୁଣି ଟେଷ୍ଟ କରିବାରୁ ତାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କ ନମୁନା ଜିନୋମ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯିବ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eleven − 7 =