ବିବାହ ବନ୍ଧନରେ ବାନ୍ଧି ହେଲେ ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ଅଲରାଉଣ୍ଡର

0 90

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ୨୮ ବର୍ଷୀୟ ଅଲରାଉଣ୍ଡର ରାହୁଲ ତେୱାତିଆ ରିଦ୍ଧି ପନ୍ନୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାପୂର୍ବରୁ, ତେୱାତିଆଙ୍କର ଫେବୃଆରୀ ମାସରେ ନିର୍ବନ୍ଧ ହୋଇଥିଲା । ଆଇପିଏଲ୍‌ ତାରକା ତାଙ୍କ ଅଫିସିଆଲ୍‌ ଫେସବୁକ୍‌ ଆକାଉଣ୍ଟରୁ ତାଙ୍କ ବିବାହର ଏକ ଚିତ୍ର ସେୟାର କରିଛନ୍ତି । ଏହି ଚିତ୍ରଗୁଡ଼ିକରେ ସେ ତାଙ୍କ ପତ୍ନୀ, ଭାରତୀୟ ଭେଟେରାନ ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ନଜର ଆସିଛନ୍ତି । ଏହି ଛବି ସେୟାର କରିବାବେଳେ, ତେୱାତିଆ ଏହାର କ୍ୟାପସନରେ ଏକ ହୃଦୟ ଇମୋଜି ରଖିଛନ୍ତି । ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ବ୍ୟତୀତ ଅନ୍ୟ ଅନେକ ଭାରତୀୟ ଖେଳାଳି ମଧ୍ୟ ରାହୁଲ ତେୱାତିଆଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ । ଏଥିରେ ଟିମ୍‌ ଇଣ୍ଡିଆର ଷ୍ଟାର ୱିକେଟ୍‌ କିପର ଋଷଭ ପନ୍ତ ଏବଂ ନୀତୀଶ ରାଣାଙ୍କ ନାମ ଅନ୍ତର୍ଭୁକ୍ତ । ଉଲ୍ଲେଖଯାଗ୍ୟ ଯେ ଆଇପିଏଲ୍‌ ୨୦୨୦ ର ଏକ ମ୍ୟାଚ୍‌ ରେ ରାଜସ୍ଥାନ ପାଇଁ ଖେଳୁଥିବାବେଳେ ବିରୋଧୀ ବୋଲରଙ୍କ ଗୋଟିଏ ଓଭରରେ ତେୱାତିଆ କ୍ରମାଗତ ପାଞ୍ଚଟି ଛକା ମାରିଥିଲେ । ଏହି ଧୁଆଁଧାର ବ୍ୟାଟିଂ ପରେ ସେ ରାତାରାତି ତାରକା ହୋଇଥିଲେ । ବର୍ତ୍ତମାନ, ସେ ରାଜସ୍ଥାନ ରୟାଲ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ, କିନ୍ତୁ ଦେଖିବାକୁ ବାକି ରହିଲା ଆଜି ଫ୍ରାଞ୍ଚାଇଜ୍‌ ତାଙ୍କୁ ରିଟେନ କରୁଛି ନା ନିଲାମ ପ୍ରକ୍ରିୟାରେ ସାମିଲ ହେବେ ତାହା ଆଜି ରାତି ସାଢେ ୯ଟାରେ ଜଣାପଡିଛି । ତାଙ୍କ କ୍ରିକେଟ୍‌ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ହରିୟାଣା ପାଇଁ ଘରୋଇ କ୍ରିକେଟ୍‌ ଖେଳୁଛନ୍ତି । ସେ ଜଣେ ଡାହାଣ ହାତି ସ୍ପିନର ଏବଂ ବାମ ହାତରେ ବ୍ୟାଟ୍ସମ୍ୟାନ । ତେୱାତିଆ ୨୦୧୩-୧୪ ରଣଜୀ ଟ୍ରଫିରେ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ୍‌ କ୍ୟାରିଅର୍‌ ଆରମ୍ଭ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 1 =