ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ରରୁ ବାହାରିଲା ନବାନ୍ନ ଭକ୍ଷଣର ନିର୍ଦ୍ଧାରିତ ଲଗ୍ନ

0 149

ସୁବର୍ଣ୍ଣପୁର : ଭାଦ୍ରବ କୃଷ୍ଣପକ୍ଷ ନବମୀ , ନନ୍ଦଉସବ ଦିବସରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇଠାରେ ଜିଲ୍ଲାର ବରିଷ୍ଠ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ୱାରା ପାତାଳୀ ମଣ୍ଡପ ଠାରେ କୋଭିଡ଼ କଟକଣାକୁ ମାନି ଉଲୁଣ୍ଡା ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ଟୁରିଷ୍ଟ ଅଫିସର୍‌ ବିଜୟା ନନ୍ଦ ଦଳେଇ , ସହଦେବ ମେହେର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜ୍ଞାମାଳ ପ୍ରାପ୍ତ କରି ଚଳିତ ପାଇଁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ (ନବାନ୍ନ) ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚ଼ମି (ଋଷିି ପଞ୍ଚମୀ) , ଶନିବାର ତା ୧୧,୦୯ ,୨୦୨୧ ଦିନ ପୂର୍ବାହ୍ନ ଘ.୧୦ :୧୮ ମିନିଟ୍‌ ଗତେ ୧୦:୨୯ ମୀ ମଧ୍ୟେ ପ୍ରଶସ୍ତ ତୁଳା ଲଗ୍‌ନେ ମିଥୁନ ନବଂ ।ଶେ ଅମୃତ ସମୟେ ପଶ୍ଚିମ ଓଡ଼ିଶାର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଚାଲୁ ରହିବ ବୋଲି ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟର ପୂର୍ଣ୍ଣଚନ୍ଦ୍ର ପାଢ଼ୀ କହିଛନ୍ତି ଓ ଏହି ଲଗ୍ନକୁ ସର୍ବସମ୍ମୁଖରେ ପ୍ରଭୁଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଜୋତିବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି, ଜ୍ୟୋତିର୍ବିଦ ଯୋଗେନ୍ଦ୍ର ହୋତା, ଜ୍ୟୋତିର୍ବିଦ ଗୁଣ ସାଗର ପଣ୍ଡା , ଜ୍ୟୋତିର୍ବିଦ ଦେବାର୍ଚ୍ଚନ ଦାଶ ,ଜ୍ୟୋତିବିଦ୍ୟା ଭୂଷଣ ରାମକଷ୍ଣ ପଣ୍ଡା ,ଜ୍ୟୋତିର୍ବିଦ ମନୋରଂଜନ ପାଢ଼ୀ , ଚିତ୍ତ ରଂଜନ ପାଢ଼ୀ, ଭବାନୀ ଶଙ୍କର ପଣ୍ଡା, ପରମେଶ୍ୱର ମେଣ୍ଡିଲି, ନଳିନୀ କାନ୍ତ ବାଘ, ଜଗନ୍ନାଥ ହୋତା , କମଲ୍‌ ହୋତା, ଜଗଦୀଶ କର୍ଣ୍ଣ, ଶିବ ମହାକୁର , ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three + 13 =