ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା

0 84

ପୁରୀ :ବଲିଉଡ ଅଭିନେତା ଗୋବିନ୍ଦା ଆଜି ଶ୍ରୀମନ୍ଦିର ଆସି ରତ୍ନସିଂହାସନ ରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ। ପ୍ରଭୁଙ୍କ ଡାକରାରେ ହେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। କୋଭିଡ୍ ଦ୍ୱିତୀୟ ଲହରିରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି। ଗୋଟିଏ ସମୟରେ ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଗୋବିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେସବୁ ଅନେକାଂଶରେ ଦୂର ହୋଇଛି। ପୁଣିଥରେ ସ୍ୱଭାବିକ୍ ଅବସ୍ଥା ଫେରିଆସି ତାଙ୍କ ଜୀବନ ଶାନ୍ତି ଓ ଖୁସିମୟ ହେବବୋଲି ଦର୍ଶନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଗୋବିନ୍ଦା ଏହା କହିଛନ୍ତି। ଚତୁର୍ଦ୍ଧାବିଗ୍ରହଙ୍କ ସହ ମା ବିମଳା,ମା ମହାଲକ୍ଷ୍ମୀ ଓ ପାର୍ଶ୍ୱଦେବାଦେଵୀଙ୍କୁ ସେ ଦର୍ଶନ କରିଛନ୍ତି। ତାଙ୍କ ସହ ଭିତରଚ୍ଛ ମଧୁସୂଦନ ମହାପାତ୍ର,,ବରିଷ୍ଠ ସେବାୟତ ମହାବୀର ପ୍ରତିହାରୀ ଓ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେ ଶ୍ରୀମନ୍ଦିରରେ 30 ମିନିଟରୁ ଅଧିକ ସମୟ ଧରି ରହିଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ୱଆର ଦେଇ ପ୍ରସ୍ଥାନ କରିଥିଲେ।

hiranchal ad1
Leave A Reply

Your email address will not be published.

8 − 6 =