ଗଜପତି ଜିଲ୍ଲା ସିପିଆଇ ତରଫରୁ ୭ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ

0 54

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ସିପିଆଇ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସିପିଆଇ ଜିଲ୍ଲା ସମ୍ପାଦକ ତଥା ବିକେଏମୟୁର ରାଜ୍ୟ ସଭାପତି ଜେନ୍ନା ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ବହୁସଂଖ୍ୟକ ଦଳୀୟ ନେତା ଓ କର୍ମୀ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବୀପତ୍ରରେ ନକଲି ଶିକ୍ଷାଗତ ଯୋଗ୍ୟତା ଓ ସ୍ଥାୟୀ ବାସିନ୍ଦା ପ୍ରଦାନ କରି ଚାକିରି କରୁଥିବା ଶିକ୍ଷକଙ୍କୁ ୭ଦିନ ମଧ୍ୟରେ ବହିଷ୍କାର କରିବା ସହ ସେମାନଙ୍କ ବିରୁଦ୍ଧରେ ଅପରାଧ ମାମଲା ରୁଜୁ କରିବା, ପ୍ରଧାନମନ୍ତ୍ରୀ ଆବାସ ପାଇଥବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ୧୫ଦିନ ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉପଯୁକ୍ତ ଲୋକଙ୍କୁ ପ୍ରଦାନ କରିବା, ପାରଳାଖେମୁଣ୍ଡି ପୌରପାଳିକାରେ ବସବାସ କରୁଥିବା ଗୃହହୀନ ଲୋକଙ୍କୁ ଘର ପ୍ରଦାନ ସହ ଉଚ୍ଛେଦ କରାଯାଇଥିବା ଲୋକଙ୍କୁ ଥଇଥାନ କରିବା, କୋଭିଡ ଫଣ୍ଡ ଅପବ୍ୟବହାରକାରୀ ଓ ରାସନ କାର୍ଡ ବଣ୍ଟନରେ ଅନିୟମିତତା କରିଥିବା ଦୁର୍ନୀତିଗ୍ରସ୍ତକାରୀଙ୍କ ବିରୋଧରେ୍‌ ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ଦେବିତି ମୌଜା ଖାତା ନଂ- ୧୬୫,୧୬୬ରେ ୪୭ ଏକର ପର୍ବତ କିସମ ଜମିରୁ ପତିତ କିସମକୁ ପରିବର୍ତ୍ତିତ କରାଯାଇ ବେଆଇନ ଭାବେ ପ୍ରଭାବଶାଳୀ ଲୋକଙ୍କୁ ପ୍ରଦାନ କରାଯାଇଛି । ସେଠାରେ ଭେଷଜ ମହାବିଦ୍ୟାଳୟ (ମେଡିକାଲ କଲେଜ) ପ୍ରତିଷ୍ଠା କରିବା ଉଲ୍ଲେଖ ରହିଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଲିଙ୍ଗରାଜ ଦଳେଇ, ଜେ ଅର୍ଜୁନ ଓ ଏମ ଜଗନ୍ନାଥ ରାଓଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + four =