କମଳା ବିକ୍ରେତା ପଦ୍ମଶ୍ରୀ ହରେକାଲା ହଜବାଙ୍କୁ ଜାଣନ୍ତୁ, ମସଜିଦରେ ଗରିବ ପିଲାଙ୍କ ପାଇଁ ଚଳାନ୍ତି ବିଦ୍ୟାଳୟ

0 86

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ଗରିବ କିମ୍ବା ଧନୀ ଟଙ୍କା ନୁହେଁ ହୃଦୟରୁ ହୋଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କର୍ଣ୍ଣାଟକର ୬୪ ବର୍ଷିୟ ଫଳ ବିକ୍ରେତା ହରେକାଲା ହାଜାବା । ହରେକାଲା ହଜବା ପ୍ରାୟ ୧୦ ବର୍ଷ ହେଲାଣି ଗରିବ ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ଚଳାଇ ଆସୁଛନ୍ତି । ଏହି କାରଣରୁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ମାନବ ସେବା ତଥା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ହରେକାଲା ହଜବାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ହରେକାଲା ହଜବା କମଳା ବିକ୍ରି କରି ଗରିବ ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି । ଏହି ଉଦ୍ୟମ ଯୋଗୁଁ ତାଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

hiring


ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଥରେ ଜଣେ ବିଦେଶୀ ଗ୍ରାହକ ତାଙ୍କୁ ଇଂରାଜୀରେ ଫଳର ଦର ପଚାରିଥିଲେ, ଯାହା ସେ ଉତ୍ତର ଦେଇ ପାରିନଥିଲେ । ଏହି କାରଣରୁ ସେ ନିଜ ଗାଁର ପିଲାମାନଙ୍କୁ ଶିକ୍ଷିତ କରିବାକୁ ଚାହିଁଥିଲେ ଯାହା ଦ୍ୱାରା ସେମାନଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିଁ ।
ହରେକାଲା ହଜବା ଏକ ଉଦାହରଣ । ଆଜିର ସମାଜରେ ତାଙ୍କ ପରି ଲୋକଙ୍କର ଆବଶ୍ୟକତା ରହିଛି । ଶିକ୍ଷା ହେତୁ ସମାଜକୁ ଅଧିକ ଶକ୍ତିଶାଳୀ ଏବଂ ଉନ୍ନତ କରାଯାଇପାରିବ ।
ହରେକାଲା ହଜବାଙ୍କ କାହାଣୀ ଆଇଏଫଏସ ଅଧିକାରୀ ପରଭେନ କାସୱାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେୟାର୍‌ କରିବାବେଳେ ସେ ଲେଖିଛନ୍ତି – ଯେତେବେଳେ ହଜବାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବାର ଖବର ମିଳିଲା, ସେତେବେଳେ ସେ ଏକ ରାସନ ଦୋକାନରେ ଛିଡା ହୋଇଥିଲେ । ଏହି ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ବାସ୍ତବରେ କିଛି ଲୋକ ଇତିହାସ ସୃଷ୍ଟି କରିବାକୁ ଆସନ୍ତି ଜ୍ଝ ଏଭଳି ପରିସ୍ଥିତିରେ ହରେକାଲା ହଜବା ଆମ ପାଇଁ ଏକ ପ୍ରେରଣାଠାରୁ କମ୍‌ ନୁହେଁ ।

hiranchal ad1
Leave A Reply

Your email address will not be published.

4 × 4 =