ଘୁ.ଉଦୟଗିରିରେ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟକ୍ରମ

0 48

ଘୁ ଉଦୟଗିରି : ଘୁ ଉଦୟଗିରି ହାତିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଆଜି ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇଟି ଏବଂ ସୂଚନା ବିଭାଗ ଉପଦେଷ୍ଟା ତଥା ପୂର୍ବତନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ମଞ୍ଚକୁ ନିଆଯାଇଥିଲା । ସେପଟେ ଟିଭି ମାଧ୍ୟମରେ ସିଧା ପ୍ରସାରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫୁଲବାଣୀର କାର୍ଯ୍ୟକ୍ରମ ଉପସ୍ଥିତ ହିତାଧିକାରୀ ଦେଖିଥିଲେ । ଫୁଲବାଣୀରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମାପ୍ତ ପରେ ଘୁ ଉଦୟଗିରିର ହାତିଶାଳ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସମୀର କୁମାର ପାଢୀ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଅନୁଭବ ପଟ୍ଟନାୟକ ଏବଂ ଘୁ ଉଦୟଗିରି ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀ ମାଞ୍ଚସୀନ ଉପସ୍ଥିତ ରହିଥିଲେ । ଆଜି ୧୭୧୩ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଥିଲା । ଏଥିରେ ଏନଏସିର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ସେହିପରି ଘୁ.ଉଦୟଗିରି ବ୍ଲକ ପକ୍ଷରୁ ଆଜି କଳିଙ୍ଗା ପଞ୍ଚାୟତ ଅଧୀନରେ ଥିବା କୁର୍ମିଙ୍ଗିଆ ସ୍କୁଲରେ ମଧ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଘୁ ଉଦୟଗିରି ବ୍ଳକ ପକ୍ଷରୁ ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଡ଼ିଓ ଆଶିଷ ତ୍ରିପାଠୀ ଓ ତହସିଲଦାର ଶୁଭ୍ରଞ୍ଜଳି ପ୍ରଧାନ, ମାଳିକାପଡି ସରପଞ୍ଚ ସଚ୍ଚିଦାନନ୍ଦ ପ୍ରଧାନ, ବ୍ଳକ ଅଧକ୍ଷ ହୃଦାନନ୍ଦ କହଁର ସମେତ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଶକ୍ତିକାନ୍ତ ମଲ୍ଲିକ ସମେତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ଏବଂ ଏହି ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 − one =