5T ସଚିବଙ୍କ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

0 290

ସୁବର୍ଣ୍ଣପୁର ଜିଲ୍ଲାର କୋଭିଡ ସ୍ବସ୍ଥ୍ୟକେନ୍ଦ୍ରକୁ ୫ଟି ସଚିବ ଭି କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପରିଦର୍ଶନ କରିଛନ୍ତି । ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସି ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରଠାରେ ହୋଇଥିବା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଏହି ଗସ୍ତ ସମୟରେ କୋଭିଡ ସ୍ବସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗକୁ ତଦାରଖ କରି କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।ଗସ୍ତ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଦେବିପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

hiring

୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ସନ୍ଦିଗ୍ଧଙ୍କ ପାଇଁ ୪୬ ଟି କ୍ୟାବିନ, ୧୫୪ ଟି ଆଇସୋଲେସନ ବେଡ, ୫୦ ଟି ଅକ୍ସିଜେନ କନସେଣ୍ଟ୍ରାକ୍ଟର ରହିଛି । ଏହି କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ୪୪ ଜଣ ଡାକ୍ତର, ୧୦୫ ଜଣ ସ୍ବାସ୍ଥ୍ୟସେବୀକା, ୨୩ ଜଣ ଲେବ ଟେକନିସିଆନ, ୯ ଜଣ ଫାର୍ମାସିଷ୍ଟ କାର୍ଯ୍ୟ କରୁଛନ୍ତି

hiranchal ad1
Leave A Reply

Your email address will not be published.

nine − 2 =