ପଳେଇ ଗଲା ମୂଳ, ବନବିଭାଗ ହାତରେ ଡାଳ !

0 152

ଦଶପଲ୍ଲା : ସରକାର ସବୁଜ ବଳୟ କରିବା ପାଇଁ ବନବିଭାଗ ଦ୍ୱାରା ଜଙ୍ଗଲ ସୁରକ୍ଷା ସହିତ ଗଛ ଲଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବନକର୍ମଚାରୀଙ୍କ ଠାରୁ କାଠମାଫିଆ ଦୁଇପାଦ ଅଗରେ ଥିବାଭଳି ମନେହେଉଛି । ଏମିତିକା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ରେ । ପ୍ରାପ୍ତ ସୂଚନା ଅନୁସାରେ ମାଇଛେଳି ଜଙ୍ଗଲ ରାସ୍ତା କଡ଼ରୁ ବଡ ବଡ ୩ରୁ ଉଦ୍ଧ୍ୱର୍ ଶାଳଗଛ ରାତି ଅଧରେ କାଟି ନେବାରେ ସଫଳ ହୋଇଛନ୍ତି କାଠମାଫିଆ ।

hiring

ସକାଳେ ଖବର ପାଇ ମହିପୁରୁ ବନାଞ୍ଚଳ ଅଧିକାରୀ କର୍ମଚାରୀଙ୍କ ସହିତ ମିଶି ଗଛର ଡାଳ ଜବତ୍‌ କରିଛନ୍ତି, କିନ୍ତୁ ମୂଳ ନାହିଁ । କାଠର ମୁଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୁଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ । ରାସ୍ତା କଡ଼ରୁ ଗଛ ଚୋରି ହେଉଛି, ତଥାପି ବନ କର୍ମଚାରୀଙ୍କୁ ସୂଚନା ମିଳୁନି । ଏବେ ସାଧାରଣରେ ଚର୍ଚ୍ଚା ହେଉଛି ଯେ , ଡାଳପତ୍ର ଧରିବାରେ ସ୍ଥାନୀୟ ବନବିଭାଗ କୁଆଡେ ଭାରି ଧୁରନ୍ଧର…. ।

hiranchal ad1
Leave A Reply

Your email address will not be published.

two × two =