‘ଆଶିର୍ବାଦ’ ଯୋଜନା ସଂପର୍କରେ ସଚେତନତା ପାଇଁ ଫ୍ରେଣ୍ଡସିପ୍‌ କ୍ଲବର ବୈଠକ

0 100

ବୌଦ୍ଧ : ଆଜି ଫ୍ରେଣ୍ଡସିପ୍‌ କ୍ଲବ,ବୌଦ୍ଧ ଏବଂ ବୌଦ୍ଧଗଡ ଏନ୍‌.ଏ.ସି ର ଅଙ୍ଗନୱାଡି ଦିଦି,ଆଶା ଦିଦିମାନଙ୍କ ମିଳିତ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନାଥ ଶିଶୁ ମାନଙ୍କ ନିମନ୍ତେ ” ଆଶିର୍ବାଦ’ ଯୋଜନାର ଲାଭ ଯେପରି ପ୍ରତ୍ୟେକ ଅନାଥ ଶିଶୁମାନେ ଏହାର ସୁବିଧା ପାଇପାରିବେ ସେଥିପାଇଁ ପ୍ରତ୍ୟେକ ୱାର୍ଡରେ ସଚେତନତା ସୃଷ୍ଟି ନିମନ୍ତେ ଶିଶୁ ମଙ୍ଗଳ କାର୍ଯ୍ୟାଳୟଠାରେ ଏକ ବୈଠକ ଫ୍ରେଣ୍ଡସିଫ୍‌ କ୍ଲବ ସମ୍ପାଦକ ତୋଫାନ ପରିଡାଙ୍କ ନେତୃତ୍ୱରେ ବସିଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ସିଡିପିଓ ମୀନତି ଦେଓ, ସୁପରଭାଇଜର୍‌ ୱାହିଦା ବେଗମ୍‌ ଉପସ୍ଥିତ ଥିବାବେଳେ କ୍ଲବ ସଦସ୍ୟ ସାର୍ଥକ୍‌ ମହାପାତ୍ର ” ଆଶିର୍ବାଦ’ ଯୋଜନା ବିଷୟ ଉପସ୍ଥାପନା କରିଥିଲେ । ଅଙ୍ଗନୱାଡି ଦିଦି ମାନଙ୍କ ସମେତ କ୍ଲବ ସଦସ୍ୟ, ସଦସ୍ୟା ଅଂଶୁମାନ ହୋତା,ରିତିକ୍‌ ସାମଲ, ଜସ୍ମିନ କୌଶର ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 + 1 =