ଟୋଲ୍‌ ଗେଟ୍‌ ନିକଟରେ ଧାରଣା ଦେଲେ ବେକାର ଯୁବକ

0 159

ଦଶପଲ୍ଲା : କରୋନା ମାଡରେ ଆକ୍ତାମାକ୍ତ, ଦଶପଲ୍ଲା ଅଂଚଳରେ ଦିନକୁ ଦିନ ବଢ଼ିଚାଲିଛି ବେକାର୍‌ ଓ ଶିକ୍ଷିତ ବେକାରଙ୍କ ସଂଖ୍ୟା । କିଏ ଚାକିରି ନ ପାଇ ଦାଦନ ଯାଉଛି ତ ପୁଣି କିଏ ବେକାର ହୋଇ ବାପା , ମା’ଙ୍କ ଉପରେ ବୋଝ ସାଜିଛି । ଏଭଳି ସ୍ଥିତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରଂଗମାଟିଆ ଓ କୁଆଁରିଆ ମଧ୍ୟସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ଟୋଲ୍‌ଗେଟ୍‌ରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଯୁବକ ମାନେ । ବିଭାଗୀୟ କର୍ତ୍ତୃପକ୍ଷ ସ୍ଥାନୀୟ ଅଂଚଳର ବେକାର ଯୁବକମାନଙ୍କୁ ଅଣଦେଖା କରି ବାହାରର ଯୁବକମାନଙ୍କୁ ଏଠାରେ ନିଯୁକ୍ତି ଦେବାକୁ ଯୋଜନା ଚଳାଇଛି । ସ୍ଥାନୀୟ ଯୁବକମାନେ ଏହାକୁ ତୀବ୍ର ବିରୋଧ କରିବା ସହ ଆଜି ଟୋଲ୍‌ଗେଟ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାହାରର ଲୋକଙ୍କ ନିଯୁକ୍ତିକୁ ଏଠାରେ ଦୃଢ଼ ବିରୋଧ କରାଯାଇଛି । ସ୍ଥାନୀୟ ବେକାର ଯୁବକଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ନଦେଲେ, ଆଗାମୀ ଦିନରେ ପରିଣାମ ଭୟାବହ ହେବ ବୋଲି ବେକାର ଯୁବକମାନେ କଡ଼ା ଚେତାବନୀ ଦେଇଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ ବିଶେଷ ଦୃଷ୍ଟି ଦେବାକୁ ଦଶପଲ୍ଲା ଅଂଚଳର ବେକାର୍‌ ଯୁବକମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =