୨୭ରେ ଓଡିଶା ଆସିବେ ଆପ୍‌ ରାଜ୍ୟ ପ୍ରଭାରୀ ସଞ୍ଜୟ ସିଂହ

0 40

ଭୁବନେଶ୍ୱର : ଓଡ଼ିଶା ପ୍ରଭାରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ସାଂସଦ ଶ୍ରୀ ସଞ୍ଜୟ ସିଂହ ଅକ୍ଟୋବର ୨୭ ଏବଂ ୨୮ ଦୁଇଦିନ ଓଡ଼ିଶା ଗ୍ରସ୍ତରେ ଆସିବେ । ୨୭ ତାରିଖ ଦିନ ଭୁବନେଶ୍ୱରରେ ଲୋହିଆ ଏକାଡେମୀରେ ଦଳର ନେତୃମଣ୍ଡଳୀ ସହିତ ଆଗାମୀ ଫଚାୟତ ନିର୍ବାଚନ ସମ୍ପର୍କରେ ବୈଠକ କରିବେ । ଏହା ସହିତ ଓଡ଼ିଶାରେ ଦେୟ ମୁକ୍ତ ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ତଥା ରୋଜଗାର ଜନିତ ଆନ୍ଦୋଳନକୁ ମଜବୁତ କରିବା ପାଇଁ ଆଲୋଚନା କରିବେ । ୨୮ ତାରିଖ ଦିନ ପୁରୀ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବା ସହିତ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ବୈଠକ କରିବେ । ସଞ୍ଜୟ ସିଂହଙ୍କର ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରାଜ୍ୟର କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ବିଜେଡି, ବିଜେପି ଏବଂ କଂଗ୍ରେସ ପାର୍ଟିର ରାଜନୀତି ବିରୋଧରେ ଏକ ବିକଳ୍ପ ରାଜନୀତି ତିଆରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଦଳ ତରଫରୁ ଆଶା ପ୍ରକାଶ କରାଯାଇଅଛି । ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଞ୍ଜୟ ସିଂହଙ୍କର ଗ୍ରସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ବିବରଣୀ ଦେବା ସହିତ ଆଗାମୀ ଦିନରେ ଓଡ଼ିଶାରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମୁକ୍ତ ବିଜୁଳି ଯୋଗାଇବା ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ । ଏହି ପ୍ରେସ ମିଟ ନୟାପଲ୍ଲୀର ଆପ ପାର୍ଟିର ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

13 + 9 =