ସାପ କାମୁଡା ରେ ଯୁବକ ମୃତ

0 59

ଦଶପଲ୍ଲା :ନୟାଗଡ଼ ଜିଲ୍ଲାରେ ସାପ କାମୁଡାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଆଜି ସାପ କାମୁଡାରେ ଜଣେ ଯୁବକଙ୍କ ମୃତ ହୋଇଛି । ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତର ଚମ୍ପତ୍ତିପୁର ତଳସାହି ବାସିନ୍ଦା ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ (୩୨) ମୃତ ହୋଇଛି । ସୁଚନାନୁସାରେ ଉକ୍ତ ଯୁବକ ଭୋର ୪.୩୦ ସମୟରେ ନିଜ ଘରର ବାଡିପଟକୁ ଶୌଚ ହୋଇ ପାଇଁ ପାଇଖାନାକୁ ଯାଇଥିଲେ । ଶୌଚ ହୋଇ ଫେରିବା ସମୟରେ ଏକ ବିଶାକ୍ତ ସାପ କାମୁଡିଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 × five =