କଂଗ୍ରେସ ଛାଡିବି, ବିଜେପିରେ ଯୋଗ ଦେବିନାହିଁ: ଅମରିନ୍ଦର

0 91

ନୂଆଦିଲ୍ଲୀ: କ୍ୟାପଟେନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି  । ସେ ଏହି ଚର୍ଚ୍ଚାକୁ ସମାପ୍ତ କରିଛନ୍ତି । ସେ କହିଛନ୍ତି ଯେ, ସେ ଖୁବଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି କିନ୍ତୁ ବିଜେପିରେ ଯୋଗ ଦେବେ ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାପଟେନ କହିଛନ୍ତି କି ଯେଉଁଠି ସ୍ୱାଭିମାନ ଓ ଆତ୍ମ ସମ୍ମାନ ଉପରେ ଆଞ୍ଚ ଆସୁଛି ସେଠାରେ ସେ ରହିବା ସମ୍ଭବ ନୁହେଁ  । କଂଗ୍ରେସ ତରଫରୁ ତାଙ୍କୁ କରାଯାଇଥିବା ବ୍ୟବହାର ସହିବାର କ୍ଷମତା ତାଙ୍କର ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି  । ସେ ଆହୁରି କହିଛନ୍ତି କି କଂଗ୍ରେସ ହାଇକମାଣ୍ଡ ୫୦ ବର୍ଷ ପରେ ତାଙ୍କ ବିଶ୍ୱସନୀୟତାକୁ ନେଇ ସନେ୍ଦହ କରିଛନ୍ତି, ଯାହାକି ତାଙ୍କ ପାଇଁ ଘୋର ଅପମାନ ବୋଲି ସେ କହିଛନ୍ତି  । 

hiring

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ ଓ କମଲନାଥ କ୍ୟାପଟେନଙ୍କୁ ଭେଟିବାକୁ ଚେଷ୍ଟା କରୁଥିବା ବେଳେ କ୍ୟାପଟେନ ସ୍ପଷ୍ଟ କରିଛନ୍ତି କି ସେ କୌଣସି ପରିସ୍ଥିତିରେ ସେ ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ ନାହିଁ  । କ୍ୟାପଟେନଙ୍କ ଏହି କଥା ଶୁଣିବା ପରେ, ସେ ବିଜେପିରେ ମିଶିବା ନେଇ ଗଣମାଧ୍ୟମରେ ହଉଥିବା ଚର୍ଚ୍ଚା ଥମିଛି । ହେଲେ କ୍ୟାପଟେନ କଂଗ୍ରେସ ଛାଡିବା ସହ ରାଜନୀତି ଛାଡୁଥିବା କଥା ବି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

2 × five =