ମରାମତି ପାଇଁ ତିନିଦିନ ବନ୍ଦ ରହିବ ହୀରାକୁଦ ରୋପୱେ

0 86

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବିହଙ୍ଗମ ଦୃଶ୍ୟ ଉପଭୋଗ କରିବା ଏକ ବିରଳ ଅନୁଭୂତି । ଏଣୁ ଜବାହର ଉଦ୍ୟାନ ଓ ଗାନ୍ଧୀ ମୀନାର ମଧ୍ୟରେ ସଞ୍ଚାଳିତ ରୋପୱେ ସେଠାକୁ ପ୍ରତିଦିନ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର ଏକ ମୁଖ୍ୟକେନ୍ଦ୍ର ରୂପେ ଲୋକପ୍ରିୟ । ଏହାର ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ ସଂଚାଳନ ଦାୟିତ୍ୱ ସମ୍ବଲପୁର ମହାନଗର ନିଗମ ନିଜେ ବହନ କରିଥାଏ । ମହାନଗର ନିଗମ ସୂତ୍ରରୁ ଏ ବିଷୟରେ ଆଜି ପ୍ରାପ୍ତ ଏକ ସୂଚନା ଅନୁସାରେ ମରାମତି ପାଇଁ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଏହା ବନ୍ଦ ରଖାଯାଇଛି । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପରେ ଆଗାମୀ ୨୩ ତାରିଖ ଗୁରୁବାର ଦିନଠାରୁ ଏହା ପୂର୍ବପରି ନିୟମିତ ଭାବରେ ଚାଲିବ ବୋଲି ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

19 − 14 =