“ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଶୁଭାରମ୍ଭ

0 75

ଟିକାବାଲି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ୍ରମେ ଟିକାବାଲି ଠାରେ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକର ସମସ୍ତ କର୍ମଚାରୀ, ପଞ୍ଚାୟତ କର୍ମଚାରୀ, ମିଶନ ଶକ୍ତି ମା ଓ ଭଉଣୀମାନେ, ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ଓ ଭଉଣୀ ମାନେ, ଅଙ୍ଗନବାଡି କର୍ମଚାରୀ ଓ ଗାଁ ସାଥି ଭାଇଙ୍କ ସମେତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ, ସମିତି ଅଧ୍ୟକ୍ଷ ଦିଲୀପ କହଁର, ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲ୍ଲିକ, ସମିତି ସଭ୍ୟ ମନୋଜ କୁମାର ଦଳବେହେରା,ଗ୍ରାମ ସେବକ ସୁରେଶ ପରିଛା, ନାଏବ ସରପଞ୍ଚ ଶ୍ରୀମତୀ ଶାନ୍ତି ସାହୁ, ଶିକ୍ଷକ ଅରବିନ୍ଦ ମହାପାତ୍ର, ସମାଜସେବୀ ଅନନ୍ତ ନାୟକ,ଗକୁଳ ଭୋଇ, ପଞ୍ଚାନନ ପାଣିଗ୍ରାହୀ, ହେମନ୍ତ ଦିଗାଳ, କେଦାର ଦିଗାଳଙ୍କ ସମେତ ୟୁଥ ୱାରୀୟର ର ଅନେକ ସଦସ୍ୟ ଯୋଗ ଦେଇଥିଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଟିକାବାଲି ମେଡିକାଲ ଛକ ଠାରୁ ଆରମ୍ଭ କରାଯାଇ ବ୍ଲକ ପର୍ଯ୍ୟନ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦ୍ୱାରା ସ୍ୱଚ୍ଛତା ସର୍ବଦା ଅଞ୍ଚଳରେ ରହିବା ଆବଶ୍ୟକ ଓ ଜନସାଧାରଣ ମଧ୍ୟ ଅଞ୍ଚଳକୁ ଯଥା ନିଜ ଘର ଚତୁପାଶ୍ୱର୍ ସଫା ସୁତୁରା ରଖିବା ନିମନ୍ତେ ଏକ ବାର୍ତ୍ତା ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମ କରିଥିଲେ ।

hiranchal ad1
Leave A Reply

Your email address will not be published.

six − 2 =