ଦେଶରେ ୨୩ ସ୍ଥାନରେ ଏନ୍‌ଆଇଏ ରେଡ୍‌

0 36

ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌? ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢଉ କରିଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌,ଗୁଣ୍ଟୁର,ନେଲୋର ଓ ନନ୍ଦିୟାଲ୍‌ ଏବଂ ତେଲେଙ୍ଗାନାର ନିଜାମାବାଦ୍‌ରେ ଅଭିଯୁକ୍ତ ଏବଂ ସନ୍ଦିଗ୍ଧମାନଙ୍କ ସହିତ ସମ୍ପୃକ୍ତ ଥିବା ଘରେ‘ଏନ୍‌ଆଇଏ’ର ପ୍ରାୟ ୨୩ଟି ଟିମ୍‌ ଏକକାଳୀନ ଚଢଉ କରୁଛି । ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ର କେତେ ଜଣ ସଦସ୍ୟଙ୍କୁ ଉଠାଇ ନିଆଯାଇ ପଚରାଉଚରା ମଧ୍ୟ କରାଯାଉଛି । ତେଲେଙ୍ଗାନାର ନିଜାମାବାଦ୍‌ ଜିଲ୍ଲାରେ ଚଢଉ କରିଥିବା ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ନୋଟିସ୍‌ ଜାରି କରି ସୋମବାର ଦିନ ତାଙ୍କୁ ହାଇଦ୍ରାବାଦସ୍ଥିତ ‘ଏନ୍‌ଆଇଏ’ କାର୍ଯ୍ୟାଳୟରେ ହାଜର ହେବାକୁ କହିଛନ୍ତି । ଉପରୋକ୍ତ ଅଞ୍ଚଳଗୁଡିକରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ମିଳିଥିବା ସୂଚନାକୁ ଆଧାର କରି ଚଢଉ ଚାଲିଥିବା କଥା ବିଶେଷସୂତ୍ରରୁ ଜଣାପଡିଛି । ତଲାସ ବେଳେ ‘ଏନ୍‌ଆଇଏ’ ଅଧିକାରୀମାନେ ‘ପିଏଫ୍‌ଆଇ’ର ଜିଲ୍ଲା ଆବାହକ ଶାହଦୁଲ୍ଲା ଏବଂ ସଦସ୍ୟ ମହମ୍ମଦ୍‌ ଇମ୍ରାନ୍‌ ଏବଂ ମହମ୍ମଦ୍‌ ଅବ୍ଦୁଲ୍‌ ମୋବିନ୍‌ଙ୍କୁ ଜେରା କରିବା ପାଇଁ ନେଇଯାଇଛନ୍ତି । କରାଟେ ଶିଖାଇବା ନାଁରେ ସେମାନେ ହିଂସା ଉଦ୍‌ରେକ ଏବଂ ବେଆଇନ କାର୍ଯ୍ୟକଳାପ ନିମନ୍ତେ ତାଲିମ ଦେଉଛନ୍ତି । ନନ୍ଦିୟାଲ୍‌ ଓ କୁର୍ଣ୍ଣୂଲ୍‌ରେ ‘ଏନ୍‌ଆଇଏ’ ଟିମ୍‌ କେତେକ ସ୍ଥାନରେ ଚଢାଉ କରୁଥିବା ବେଳେ ସ୍ଥାନୀୟ ଲୋକେ ଉତ୍‌କ୍ଷିପ୍ତ ହୋଇ ସେମାନେ ଫେରି ଯାଆନ୍ତୁ ବୋଲି ଚିତ୍କାର କରୁଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =