୧୨ଟଙ୍କା ହ୍ରାସ ହୋଇପାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର

0 42

ମୁମ୍ୱାଇ,୧୮/୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୩ ମାସ ମଧ୍ୟରେ, ଆନ୍ତର୍ଜାତୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଅଶୋଧିତ ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ଲାଭ ମିଳୁନାହିଁ । ଶେଷ ଥର ପାଇଁ ମେ ୨୧ ରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍‌ ଶୁଳ୍କ ହ୍ରାସ କରିଥିଲେ । ଏହା ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି । ବର୍ତ୍ତମାନ ବ୍ରେଣ୍ଟ କ୍ରୃଡ ଅଶୋଧିତ ତେଲ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୦.୮୫ ଡଲାରକୁ ଯାଇପାରେ । ଏହି ଅନୁପାତ ଆଧାରରେ ଯଦି ତୈଳ କମ୍ପାନୀଗୁଡିକ ମୂଲ୍ୟ ହ୍ରାସ କରନ୍ତି । ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୧ ରୁ ୧୨ଟଙ୍କା ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧ ଡଲାର ବୃଦ୍ଧି କିମ୍ବା ହ୍ରାସ ହୁଏ, ତେବେ ଦେଶର ତୈଳ କମ୍ପାନୀ ଗୁଡିକର ଲିଟର ଉପରେ ୪୫ ପଇସା ପ୍ରଭାବ ପଡିବ ।

hiranchal ad1
Leave A Reply

Your email address will not be published.

5 × 5 =