ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

0 226

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଏନଏଚ୍ ୨୬ରେ ଲୁହୁରାପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡାଲା ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।
ଶିଶକେଳା ଗାଁର ମିଠା ବ୍ୟବସାୟୀ ସୁବଲ ସାହୁ, ବଡମୁଡିଆ ମାଝୀ, ଦେବାଶିଷ ସାହୁ ସକାଳ ୫ଟା ସମୟରେ ଏକ ଅଟୋ ଯୋଗେ ବରଗାଁ କଳାହାଣ୍ଡି ଛକ ସାପ୍ତାହିକ ବଜାରକୁ ମିଠା ବିକ୍ରି ପାଇଁ ଯାଉଥିଲେ । ଏହି ସମୟରେ ଲୁହୁରାପାଲି ଛକ ନିକଟରେ ବଲାଙ୍ଗୀର ପଟୁ ଭବାନୀପାଟଣାକୁ ଯାଉଥିବା ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

hiranchal ad1
Leave A Reply

Your email address will not be published.

eleven − 8 =