ରାଜ୍ୟରେ ପୁଣି ୬୦୨ କରୋନା ପଜିଟିଭ୍ ଚିହ୍ନଟ

0 91

ଭୁବନେଶ୍ୱର: ରାଜ୍ୟରେ  ଗତ ୨୪ ଘଣ୍ଟା ମଧ୍ୟରେ ୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୪୭୬ ଜଣ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୪୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୬ ଜଣ ପଜିଟିଭ ରହିଛନ୍ତି ।

hiring

ଖୋର୍ଦ୍ଧାରୁ ୨୮୩ ଜଣ, କଟକରୁ ୫୪ ଜଣ, ମୟୂରଭଞ୍ଜରୁ ୩୧ ଜଣ, ଯାଜପୁରରୁ ୨୪ ଜଣ, ପୁରୀ ଓ ବାଲେଶ୍ବରରୁ ୨୧ ଜଣ ଲେଖାଏଁ,ଜଗତସିଂହପୁରରୁ ୧୮ ଜଣ,ଢ଼େଙ୍କାନାଳରୁ ୧୪ ଜଣ, ସମ୍ବଲପୁରରୁ ୧୩ ଜଣ, ଅନୁଗୁଳରୁ ୧୧ ଜଣ, ସୁନ୍ଦରଗଡ଼ରୁ ୯ ଜଣ, କେନ୍ଦୁଝରରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, ଭଦ୍ରକରୁ ୫ ଜଣ,କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼, ଗଞ୍ଜାମ,କନ୍ଧମାଳ, ନୟାଗଡ଼,ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ ଲକ୍ଷ ୨୬ ହଜାର ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୬୪୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୧୨ ହଜାର ୫୮୩ ଜଣ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

ten − eight =