ଦାରିଙ୍ଗବାଡିରେ କଂଗ୍ରେସର ରୁଦ୍ଧଦ୍ୱାର ବୈଠକ

0 240

ଦାରିଙ୍ଗବାଡି : ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ଠାରେ ବ୍ଲକ କଂଗ୍ରେସର ଏକ ରୂଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ରୁଦ୍ଧଦ୍ୱାର ବୈଠକରେ ମୁଖ୍ୟ ଅତିଥି ଭାବରେ ଅମୀରଚାନ୍ଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକ ଏବଂ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଯୋଗ ଦେଇଥିଲେ । ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ନାୟକ ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳକୁ ଏକ ଶକ୍ତିଶାଳୀ ଦଳ ଭାବେ ଗଢି ତୋଳିବା ସହିତ ବ୍ଲକ ଅଧ୍ୟକ୍ଷ ଆସନକୁ ନିଜ ଅକ୍ତିଆରରେ ରଖିବା ସହିତ ୧୦ନମ୍ବର ଏବଂ ୧୧ନମ୍ବର ଜିଲ୍ଲା ପରିଷଦ ଆସନକୁ ପୁନର୍ବାର ଦଖଲ କରିବା ପାଇଁ ତୃଣମୂଳ ସ୍ତରୀୟ ନେତୃମଣ୍ଡଳୀଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ବ୍ଲକ ଉପାଧ୍ୟକ୍ଷ ବୁଥ୍‌ ସ୍ତରର ନେତାଙ୍କ ସହିତ ନିର୍ବାଚନ ମଣ୍ଡଳୀ ନେତାମାନଙ୍କ ଯୋଗାଯୋଗ କରି ଉଭୟଙ୍କ ପରାମର୍ଶ କ୍ରମେ ଦଳକୁ ମଜବୁତ୍‌ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ନାୟକ ଯୁବ ନେତା ଶ୍ୟାମଘନ ପ୍ରଧାନ, କୋଷାଧ୍ୟକ୍ଷ ସନ୍ତୋଷ ଦିଗାଲ, କରମ ସିଂ ନାୟକ, ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ବରିଷ୍ଠ କର୍ମୀ କାଳୀ ପ୍ରସାଦ ମଲ୍ଲିକ, ବିଦ୍ୟାଧର ନାୟକ, ଜ୍ୟୋତି ନାୟକ,ଜୁନସ ପ୍ରଧାନ, ଶ୍ୟାମସନ ଦିଗାଲ, ଅମୂଲ୍ୟ ନାୟକଙ୍କ ସମେତ ୧୬ଟି ପଞ୍ଚାୟତର ସଭାପତି ଓ ସମ୍ପାଦକଙ୍କ ସହିତ ଦଳର ଛାମୁଆ ନେତା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦାରିଙ୍ଗବାଡିରେ ବର୍ତ୍ତମାନ କଂଗ୍ରେସ ଦଳ ସହିତ ବିଜେଡି ଦଳ ଘନଘନ ବୈଠକ କରି ନିଜନିଜର ସଙ୍ଗଠନକୁ ସୁଦୃଢ଼ କରିବାକୁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଏହାର ଫଳାଫଳ କ’ଣ ହେବ ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ହିଁ ଜଣାପଡ଼ିବ ।

hiranchal ad1
Leave A Reply

Your email address will not be published.

eighteen − fifteen =