ଡ୍ରେନେଜ ବ୍ୟବସ୍ଥା ଦାବିରେ ପ୍ରତିବାଦ ଜଣାଇଲେ ଅଞ୍ଚଳବାସୀ

0 44

ଗଞ୍ଜାମ :ଗୋପାଳପୁର ନିର୍ବାଚନ ମଣ୍ଡଳୀ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ବଡ଼ ସାହିର ଗୌର ସାହୁ ଛକର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତା ନିର୍ମାଣ ଓ ଡ୍ରେନେଜ ବ୍ୟବସ୍ଥା ନିମନ୍ତେ ଦୀର୍ଘ ଦିନ ଧରି ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନପଡିବା ଘୋର ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ନଳାର ପାଣି ରାସ୍ତା ଉପରେ ଜମି ରହୁଛି । ଫଳରେ ଡେଙ୍ଗୁମଶାଙ୍କୁ ଆମନ୍ତ୍ରଣ କରାଯାଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଯଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ଉକ୍ତ ରାସ୍ତା ଦେଇ ଯାତାୟାତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭଲ ରାସ୍ତାଟିଏ ନିର୍ମାଣ କରିବା ସହ ଡ୍ରେନେଜ ବ୍ୟବସ୍ଥା ଯଥାଶୀଘ୍ର କରିବା ପ୍ରତିବାଦରେ ବିଜେପି ନେତା ଚିନ୍ମୟାନନ୍ଦ ଦାସ ଓ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଖାଲଖମା ରାସ୍ତାରେ ଧାନଗଛ ରୋଇ ବିଜେଡି ସରକାରଙ୍କୁ ଘୋର ବିରୋଧ କରିବା ସହ ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣ ଯୋଗୁଁ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବିଜେପି ନେତା ପ୍ରଶ୍ନ କରିଛନ୍ତି । ଯଥାଶୀଘ୍ର ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡ୍‌ରେନେଜ ବ୍ୟବସ୍ଥା କରିବା ସହ ଭଲ ରାସ୍ତାଟିଏ ନିର୍ମାଣ କରାଯାଉ । ନଚେତ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ଦାସ କହିଛନ୍ତି ।ଏହି ଅବସରରେ ଶିବ ପାତ୍ର, ଏ.ବାବୁଲା ପାତ୍ର, ବାବୁଲା ସାହୁ, ଲିଟୁ ବେହେରାଙ୍କ ସମେତ ଉକ୍ତ ସାହିର ମହିଳାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × two =