ପକଡ଼ାଝର ଜଳ ପ୍ରପାତରେ ନିଖୋଜଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର

0 1,273

ଫୁଲବାଣୀ,୨୯/୦୯- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡ୍ରୁୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ପାଣିସାଳ ନିକଟ କୁରୁମୁଣି ଠାରେ ଥିବା ପକଡ଼ାଝର ଜଳ ପ୍ରପାତରେ ବୁଡିଯାଇ ବ୍ରହ୍ମପୁରର ଜଣେ ବ୍ୟବସାୟୀ ନିଖୋଜ ହୋଇ ଯାଇଥିବା ଘଟଣା ୧୮ ଘଣ୍ଟା ପରେ ପାଣି ଭିତରୁ ମିଳିଲା ମୃତ୍ୟୁ ଶରୀର । ମଙ୍ଗଳବାରଦିନ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଡାକ୍ତରଖାନାରେ କାର୍ଯ୍ୟରତ ଦୁଇଜଣ ଡାକ୍ତର ସମେତ ବ୍ରହ୍ମପୁରର ବ୍ୟବସାୟୀ ସୁଜିତ ଗୋବିନ୍ଦ ପୂଜାରୀ ଓ ତାଙ୍କ ପତ୍ନୀ ମିଶି ଚାରିଜଣ ପକଡ଼ାଝର ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ ହେଲେ ଗାଧୋଇବା ସମୟରେ ଗୋଡ ଖସିଯାଇ ଗଭୀର ଜଳକୁ ଭିତରକୁ ଚାଲିଯାଇ ବୁଡି ଯାଇଥିଲେ । ହେଲେ ବହୁ ସମୟ ବିତି ଯାଇଥିଲେ ମଧ୍ୟ ଭିତରୁ ବାହାରି ନଥିଲେ । ସୁଡୁକୁମ୍ପା ପୋଲିସ ଫାଣ୍ଡିକୁ ଅଭିଯୋଗ କଲାପରେ ଫାଣ୍ଡି ଅଧିକାରୀ ଜହର ନାୟକ ଫୁଲବାଣୀ ଅଗ୍ନିଶମ ବିଭାଗ ଓ ବୌଦ୍ଧଜିଲା ଚାରିଚକ ଅଗ୍ନିଶମ ଓଡ୍ରାଫ ଟିମକୁ ଖବର ଦେବା ପରେ ପକଡ଼ାଝରରେ ଦୁଇ ଅଗ୍ନିଶମ ବିଭାଗ ଓଡ୍ରାଫ ଟିମ ଓ ଟିମ ହ୍ୟୁମାନୁଟି ଟିମ ପହଞ୍ଚି ପୋଲିସ ଉପସ୍ଥିତରେ ମିଳିତ ଅପରେସନ ଆରମ୍ଭ କରି ରାତି ୮ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ବୁଡି ଯାଇଥିବା ବ୍ୟବସାୟୀ ସୁଜିତଙ୍କ ପତ୍ତା ମିଳିପାରିନଥିଲା । ସମସ୍ତେ ନିରାଶହୋଇ ଫେରି ଆସିଥିଲେ । ପୁଣି ଆଜି ଉଭୟ ଓଡ୍ରାଫ ଟିମ ପକଡ଼ାଝରରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ବହୁକଷ୍ଟରେ ଅପରାହ୍ନରେ ଗଭୀରପାଣି ଭିତରୁ ମୃତ ଶରୀରଟି ମିଳିଥିଲା । ଏନେଇ ପୋଲିସ ୟୁଡି କେଶ ନଂ ୨୪/୨୧ ମାମଲା ରୁଜୁ କରିଥିଲା । ଆଜି ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

hiranchal ad1
Leave A Reply

Your email address will not be published.

one + 17 =