ଗୁମ୍ମା ଘାଟିରେ ଓଲଟିଲା ଏଲପିଜି ଟ୍ୟାଙ୍କର

0 70

ରାୟଗଡା: ବିଶାଖାପାଟଣମରୁ କାେରାପୁଟ ଅଭିମୁଖେ ଯାଉଥିବା ଏକ ଏଚପି ଏଲପିଜି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା ଥାନା ଅନ୍ତର୍ଗତ କୁମ୍ଭିକୋଟା ଫାଣ୍ଡି ଅଧିନସ୍ଥ ଗୁମ୍ମା ଘାଟି ନିକଟରେ ଆଜି ଓଲଟି ପଡିଛି । ତେବେ ଘଟଣାରେ କେହି ମୃତାହତ ତଥା ଗୁରୁତର ଆହତ ହୋଇ ନ ଥିବା ନେଇ ଫାଣ୍ଡି ଅଧିକାରୀ ପୀତାମ୍ବର ଶବର ସୂଚନା ପ୍ରଦାନ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ କୁମ୍ଭିକୋଟା ଫାଣ୍ଡି ପାେଲିସ ଓ ରାୟଗଡା ଅଗ୍ନିଶମ ବାହିନି ପଂହଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ଏଲପିଜି ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ କୈାଣସି ବଡ ଧରଣର ଅଘଟଣ ଘଟି ନ ଥିବାରୁ ଉକ୍ତ ରାଜପଥରେ ଯାଉଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

four × 1 =