ସ୍କୁଟିକୁ ଘୋଷାଡି ନେଲା କାର, ବାପା-ପୁଅ ଆହତ

0 211

ଘୁ .ଉଦୟଗିରି: ଆଜି ବେପରୁଆ ଗାଡ଼ି ଚାଳନା ଫଳରେ ସ୍ଥାନୀୟ ଗାନ୍ଧୀ ଛକଠାରେ ଏକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଗାନ୍ଧୀ ଛକଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଓଆର-୦୨ ଜେଡ-୩୨୭୧ ନମ୍ବର ଏକ କାର ଓଡି ୧୨ ୮୬୭୯ ନମ୍ବର ସ୍କୁଟିକୁ ଧକ୍କା ଦେବା ପରେ ସ୍କୁଟିକୁ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ସ୍କୁଟି ଆରୋହୀ ଶ୍ରୀରାମପଦାର ମିଥୁନ ପ୍ରଧାନ(୩୨) ଏବଂ ତାଙ୍କ ପୁଅ ସରିଆନ ପ୍ରଧାନ(୧୨) ଆହତ ହୋଇଛନ୍ତି ଏବଂ ତାଙ୍କ ପତ୍ନୀ ନିବେଦିତା ପ୍ରଧାନ (୨୫) ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଆହତ ସମସ୍ତଙ୍କୁ କାର୍ଯ୍ୟରତ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିବା ସହ ୧୨ ବର୍ଷର ବାଳକ ସାରିଆନ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ଗାନ୍ଧୀ ଛକରେ କାର ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ସ୍ଥାନୀୟ ପୋଲିସ ଦ୍ୱାରା ଟ୍ରାଫିକ ବ୍ୟବସ୍ଥାକୁ କଡ଼ା କଡି କରିବା ନିମନ୍ତେ ଦାବୀ ହେଉଛି ।ଦୁର୍ଘଟଣା ପରେ କାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଅଧିକାରୀ ଅନନ୍ତ କୁମାର ପ୍ରଧାନ ପହଞ୍ଚି ୧୫୪/୨୨ରେ ଏକ କେସ ରୁଜୁ କରି ତଦନ୍ତ ଚଳାଇ ଫେରାର କାର ଡ୍ରାଇଭରକୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

20 − 12 =