ହରଭଙ୍ଗା ମହୋତ୍ସବ ଜାନୁଆରୀ ୨୭ରୁ, ସରସ ,ସୁନ୍ଦର କରିବାକୁ ଅଂଟାଭିଡିଲେ ଉଦ୍ୟୋକ୍ତା

0 43

ବୌଦ୍ଧ/ହରଭଙ୍ଗା;୧୧/୧୨- ବୌଦ୍ଧଜିଲ୍ଲାର ଅନ୍ୟ ଏକ ଐତିହ୍ୟ ସଂପନ୍ନ ଗ୍ରାମ ହରଭଙ୍ଗା । ଏହାର ପାଣି, ପବନ, କଳା,ସଂସ୍କୃତିକୁ ପୁନଃ ଉଦଜୀବିତ କରିବା ପାଇଁ ବର୍ଷର ଶେଷ ମାସରେ ହରଭଙ୍ଗା ମହୋତ୍ସବର ପରିକଳ୍ପନା ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ଆସନ୍ତା ୨୭ ଜାନୁୟାରୀ ୨୦୨୩ରେ ନୂତନ ବର୍ଷର ଶୁଭାରମ୍ଭରେ ୭ଟି ପଂଚାୟତବାସୀଙ୍କ ସହଯୋଗରେ ହରଭଙ୍ଗା ମହୋତ୍ସବର ଆୟୋଜନ କରାଯିବାକୁ ଆଜି ଚୂଡାନ୍ତ ପ୍ରସ୍ତୁତି ବୈଠକରେ ଉଦ୍ୟୋକ୍ତାମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ପ୍ରିୟନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପଦେଷ୍ଟା ବିଜୟାନନ୍ଦ ସାହୁ, ସ୍ଥାନୀୟ ସରପଂଚ ଶକୁନ୍ତଳା ସେଠୀ, ଅଧ୍ୟାପକ ହିମାଂଶୁ ଶେଖର ରାଉତ, ବିଜେଡି କାର୍ଯ୍ୟକାରୀ ଉପସଭାପତି ପ୍ରଦୀପ ସାହୁ,ବୁଦ୍ଧିଜୀବି ପ୍ରାଣକୃଷ୍ଣ ଗୁରୁ,କୁଶଙ୍ଗ ସମିତି ସଭ୍ୟ କାହ୍ନୁଚରଣ ନାଥ,ହରଭଙ୍ଗା ସମିତି ସଭ୍ୟ ଚିତରଞନ ସେଠୀ,ଛତ୍ରଙ୍ଗ ପୂର୍ବତନ ସରପଂଚ ଶୁଶିଲ କୁମାର ପ୍ରଧାନ.ପ୍ରସନ୍ନ କୁମାର ବାଈ,ସାମ୍ବାଦିକ ପ୍ରୀତିରଞ୍ଜନ ଦାସ ପ୍ରମୁଖ ଯୋଗଦାନ କରି ମହୋତ୍ସବର ସଫଳତା ପାଇଁ ସଠିକ୍‌ ମାର୍ଗଦର୍ଶନ କରାଇଥିଲେ ।ମହୋତ୍ସବକୁ ସରସ,ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ଉପସ୍ଥିତ ଉଦ୍ୟୋକ୍ତାଗଣ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ମହୋତ୍ସବର ରୂପରେଖ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା ।ମହୋତ୍ସବକୁ ସୂଚାରୁ ରୂପେ ପରିଚାଳିତ ପାଇଁ ସମସ୍ତ ବିଭାଗର ଉପସମିତି ଗଠନ କରାଯାଇ କାର୍ଯ୍ୟଭାର ବଣ୍ଟନ କରାଯାଇଥିଲା । ବୈଠକ ଶେଷ ପୂର୍ବରୁ ବୁଦ୍ଧିଜୀବି ପ୍ରାଣକୃଷ୍ଣ ଗୁରୁ ହରଭଙ୍ଗା ମହୋତ୍ସବ ପରିକଳ୍ପନା ପୂରାତନ ଐ÷÷ତିହ୍ୟ ଏବଂ ଭାଇଚାରା ବଜାୟ ରଖିବା ପାଇଁ ଏକ ସୁଚିନ୍ତିତ ପଦକ୍ଷେପ ନିମନ୍ତେ ଉଦ୍ୟୋକ୍ତାଗଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଅଂଚଳର ଏକ ମୁଖ୍ୟସ୍ଥାନ ହରଭଙ୍ଗା ହୋଇଥିବାବେଳେ ସ୍ୱାଧିନତାର ସ୍ୱାଦ ଆମେ ଏଠାରୁ ପ୍ରଥମେ ପାଇଛୁ । ତେଣୁ ଆ,ସ,ଛ,କୁ,ହ,ତ,ମ ଅର୍ଥାତ୍‌ ଆଡେଣିଗଡ,ଶଙ୍କୁଲେଇ,ଛତ୍ରଙ୍ଗ,କୁଶଙ୍ଗ,ହରଭଙ୍ଗା,ତଳଗାଁ ଏବଂ ମହାଲ୍ଲିକପଡା ଭଳି ୭ଟି ପଂଚାୟତକୁ ନେଇ ହରଭଙ୍ଗା ମହୋତ୍ସବର ପରିକଳ୍ପନା ମୋତେ ବହୁତ ଆନନ୍ଦିତ କରିଛି ।ଏହାର ସଫଳତା ପାଇଁ ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ଅଛି ବୋଲି କହିଥିଲେ । ସମ୍ପାଦକ ସରୋଜ କୁମାର ଭୋକ୍ତା ମଂଚ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ସୁନିଲ କୁମାର ଗୁପ୍ତା ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + 9 =