ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ସମ୍ଭାବନା ଆଦ୍ୟାଶା ଦାଶ, “ସମାପାଜୁର ରଘୁ’ରେ ନିଖୁଣ ଅଭିନୟ ପାଇଁ ଚର୍ଚ୍ଚାରେ

0 753

ବୌଦ୍ଧ : ଏକ ଭିନ୍ନ ସ୍ୱାଦ ଏବଂ ଅନନ୍ୟ ସୃଜନଶୀଳ କଥାବସ୍ତୁ ଉପରେ ପର୍ଯ୍ୟବସିତ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ସମାପାଜୁର ରଘୁ’ ଓଡ଼ିଶାର ଅଗଣିତ କଳାପ୍ରେମୀ ତଥା ଦର୍ଶକମାନଙ୍କ ହୃଦୟକୁ ସ୍ପର୍ଶ କରିଛି । ଗତ ରବିବାର ରାଜ୍ୟର ଲୋକପ୍ରିୟ ଓଡ଼ିଆ ଚାନେଲ “ତରଙ୍ଗ’ରେ ଏହା ମୁକ୍ତିଲାଭ କରିବା ପରେ ଦର୍ଶକ ମହଲ ଏହାର ପ୍ରଶଂସାରେ ଶତମୁଖ । ବଳିଷ୍ଠ ନିର୍ଦ୍ଦେଶନା,ନିଖୁଣ ଅଭିନୟ,ପ୍ରଭାବଶାଳୀ ଓ ଗମ୍ଭୀର ସଂଳାପ,ଉଚ୍ଚକୋଟୀର ଚିତ୍ରୋତ୍ତୋଳନ,ଶୃଙ୍ଖଳିତ ଓ ପରିପକ୍ୱ ଶବ୍ଦ ସଂଯୋଜନା ଓ ରୂପବିନ୍ୟାସ ଏବଂ ସର୍ବୋପରି ଚମତ୍କାର ଓ ଅଭିଜ୍ଞ ପ୍ରଯୋଜନା ଚଳଚ୍ଚିତ୍ରଟିକୁ ଏକ ପୂର୍ଣ୍ଣାଙ୍ଗ ଓ ଦର୍ଶକୀୟ ଆଦୃତି ଦେଇପାରିଛି ।

hiring

ଅଭିଜ୍ଞ ନିର୍ଦ୍ଦେଶକ ଚିନ୍ମୟ ମିଶ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାଯୁକ୍ତ ନିର୍ଦ୍ଦେଶନା ସାଙ୍ଗକୁ ପ୍ରଯୋଜକ ତଥା ପ୍ରଖ୍ୟାତ ଅଭିନେତା ମନୋଜ ମିଶ୍ରଙ୍କ ପରିପକ୍ୱ ଓ ସହଯୋଗଭାବାପନ୍ନ ପ୍ରଚେଷ୍ଟା ଏବଂ କାହାଣୀର କେନ୍ଦ୍ରବିନ୍ଦୁ ସାଜିଥିବା ଅଭିନେତ୍ରୀ ଆସ୍ଥା ଆଦ୍ୟାଶା ଦାଶଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କ ହୃଦୟକୁ ଛୁଇଁବା ସହ ଫିଲ୍ମଟିକୁ ଲୋକପିୟତା ଦେବାରେ ବେଶ୍ ସହାୟକ ହୋଇଛି । ସିନେମାରେ ମୁଖ୍ୟ ନାୟକଙ୍କ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି ଆଦ୍ୟାଶା । ଆଉ ସବୁଠୁ ଉଲ୍ଲେଖନୀୟ କଥା ହେଲା, ଏହି ସିନେମାରୁ ହିଁ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଛନ୍ତି । ଅର୍ଥାତ,ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ସମ୍ଭାବନାମୟ ପ୍ରତିଭା ତଥା ଅଭିନେତ୍ରୀଙ୍କର ପ୍ରବେଶ ଘଟିଛି । ବରିଷ୍ଠ ଶିକ୍ଷକ ରଶ୍ମି ରଞ୍ଜନ ଦାଶ ଓ ଶିକ୍ଷୟିତ୍ରୀ ରୀତାରାଣୀ ଦାଶଙ୍କ ସୁପୁତ୍ରୀ ଆଦ୍ୟାଶା ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରେ କଂପ୍ୟୁଟର ଶିକ୍ଷାରେ ଅଧ୍ୟୟନରତ ।

ପାଠପଢା ସହ ସଙ୍ଗୀତ ଓ କଳାରେ ମଧ୍ୟ ତାଙ୍କର ରହିଛି ଗଭୀର ରୁଚି ଓ ଆକର୍ଷଣ । ଓଡ଼ିଆ ଚାନେଲ ଓ ସଙ୍ଗୀତ ଆଲବମରେ ନିଜ ଦକ୍ଷତା ଓ ପାରଦର୍ଶିତାର ସ୍ୱାକ୍ଷର ରଖିବା ପରେ ଏବେ ସେ ସିନେମାରେ ମଧ୍ୟ ନାୟିକାଭାବରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ଏହି ସଫଳତାରେ ବନ୍ଧୁ ଓ ପରିବାରବର୍ଗଙ୍କର ରହିଛି ଅକୁଣ୍ଠ ଓ ସମୟୋପଯୋଗୀ ସହଯୋଗ ଓ ପ୍ରେରଣା । ତା ସହିତ ନିଜର ସଂଘର୍ଷ ଓ ଦୃଢ ସଂକଳ୍ପ ମଧ୍ୟ ତାଙ୍କୁ ଏହି ସୋପାନରେ ପହ ।ଇବାରେ ସହାୟକ ହୋଇଛି । ଆଦ୍ୟାଶାଙ୍କ ପାଇଁ ତାଙ୍କ ପରିବାର ଓ ବୌଦ୍ଧ ଜିଲ୍ଲାବାସୀ ଖୁବ ଗର୍ବିତ ଅନୁଭବ କରୁଛନ୍ତି । ଆଗାମୀ ଦିନରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିବା ପାଇଁ ସେ ଓ ତାଙ୍କ ପରିବାରବର୍ଗ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 2 =