ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର

0 130

ଭୁବନେଶ୍ୱର : ରାଜଧାନୀ ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରୁ ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ସେ କିପରି କୂଅ ଭିତରେ ପଡିଲେ ତାହାକୁ ନେଇ ସନ୍ଦେହ ଉପୁଜିଛି । ପୋଲିସ ଓ ଫାୟାର ସର୍ଭିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଶ୍ରୀରାମନଗର ଲେନ ୧୩ କୂଅରେ ପଡିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ କଣ୍ଡକ୍ଟରଙ୍କ ପରିଚୟ କ୍ରିଷ୍ଣା ମହାନ୍ତି ବୋଲି ଜଣାପଡ଼ିଛି । ସେପଟେ ମହିଳା ଜଣକ ଗତ ୮ ରୁ ୧୦ଦିନ ଧରି କାର୍ଯ୍ୟରେ ଯୋଗ ଦେଇନଥିବା ସୂଚନା ମିଳିଛି । ତେବେ ମୃତଦେହ ପରିଚୟ ଖୋଜା ଚାଲିଥିବା ବେଳେ ସେ ଉକ୍ତ ଅଞ୍ଚଳରେ ଭଡ଼ାରେ ରହୁଥିଲେ । କିପରି ଏଭଳି ଅଘଟଣ ଘଟିଲା ସେ ନେଇ ଛାନଭିନ ଜାରି ରଖିଛି ପୋଲିସ ।

hiranchal ad1
Leave A Reply

Your email address will not be published.

nine − five =