ଜନଧନ ଆକାଉଣ୍ଟଧାରୀଙ୍କୁ ମାସ୍କ ବଣ୍ଟନ

0 125

ଭଦ୍ରକ : ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ନାଳଙ୍ଗ ବଜାରରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସାମ୍ନାରେ ଲାଗିଥିଲା ପ୍ରବଳ ଭିଡ । ସାମାଜିକ ଦୁରତା କୁ ଭୃକ୍ଷେପ ନକରି ଗହଳି ଲଗାଇଥିଲେ ମହିଳା ମାନେ ।ବ୍ୟାଙ୍କ ସମ୍ନାରେ ଏଭଳି ପରିସ୍ଥିତି ଦେଖି ଆଗକୁ ଆସିଥିଲେ ଯୁବକ ଅମରେଶ ନାୟକ ଓ ହିମାଂଶୁ ରାଉତ ମହିଳାମାନଙ୍କୁ ମହାମାରୀ କରୋନା କପରି ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଏକ ଲକ୍ଷ ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି ସେ ବିଷୟରେ ଜଣାଇଥିଲେ ଓ କରୋନା କୁ ହରାଇବାକୁହେଲେ ସାମାଜିକ ଦୂରତା ସହିତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ ବୋଲି ବୁଝାଇ ମାସ୍କ ବାଣ୍ଟି ପିନ୍ଧିବାକୁ ଅନୁରୋଧ କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଭଦ୍ରକ ବ୍ଲକର ଅତିରିକ୍ତ ତହସିଲଦାର ସେଠାରେ ପହଁଚିଥିଲେ ଏବଂ ଯୁବକଙ୍କ ପ୍ରୟାସ କୁ ଭୁୟସୀ ପ୍ରଶଂସା କରିବା ସହିତ ମିଶି ମହିଳାମାନଙ୍କୁ ମାସ୍କ ବାଣ୍ଟି ସଚେତନ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + 15 =