ରକ୍ତମୁଖା ଲାଲ୍‌ବାହିନୀ: ପୋଲିସ୍‌ ଇନଫରମର୍‌ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ନିର୍ମମ ହତ୍ୟା

0 130

ବାଲିଗୁଡ଼ା,୩୦/୧:ପୁଣି ରକ୍ତମୁଖା ହେଲେ ମାଓବାଦୀ । କିଛି ଦିନର ନିରବତା ପରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀଙ୍କ ହତ୍ୟାକାଣ୍ଡ । ପୋଲିସ୍‌ ଇନଫରମ୍‌ ସନ୍ଦେହରେ ଦୁଇଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ବିଳମ୍ବିତ ରାତିରେ ଗୋଛାଗୁଡ଼ା ଗାଁରେ ପଶି ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର ନାମକ ଦୁଇଜଣ ଯୁବକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ମୃତଦେହ ନିକଟରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ । ଗତ ସେପ୍‌ଟେମ୍ବର ମାସରେ କନ୍ଧମାଳ-କଳାହାଣ୍ଡି ସିମାନ୍ତ ଗୁଳି ବିନିମୟ ଘଟଣାରେ ଏହି ଦୁଇଜଣ ପୋଲିସକୁ ଆମ ବିଷୟରେ ସୂଚନା ଦେଇଥିଲେ ଏଣୁ ଏମାନଙ୍କୁ ଦଣ୍ଡ ଦିଆଯାଇଛି । ପୋଲିସ୍‌ ଇନଫରମର୍‌ ଭାବେ କାମ କରୁଥିବା ସମସ୍ତ ଲୋକଙ୍କୁ ଆମେ ଜାଣିଛୁ । ଆସନ୍ତା ୧୫ଦିନ ମଧ୍ୟରେ ସେମାନେ ଯଦି ଜନ ଅଦାଲତରେ ନିଜକୁ ସରେଣ୍ଡର୍‌ କରନ୍ତି ତେବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

hiring

ଅନ୍ୟପଟେ ଏହି ଅଞ୍ଚଳର ଗଣ୍ଡ ସମ୍ପ୍ରଦାୟର ଯୁବକମାନେ ପୋଲିସ୍‌ ଇନଫରମର୍‌ ଭାବେ କାମ କରୁଛନ୍ତି ଏଣୁ ସେମାନେ ଏଥିରୁ ଦୂରେଇ ରୁହନ୍ତୁ ବୋଲି ଗଣ୍ଡ ସମାଜକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ସଙ୍ଗଠନ । ଏଥିସହିତ ମୁଣ୍ଡିଗଡ଼ ପଞ୍ଚାୟତର ସରପଞ୍ଚ ଓ ଅନ୍ୟ ସରପଞ୍ଚ ବିପ୍ଳବୀ ସଙ୍ଗଠନ ଆଣ୍ଟିନକ୍ସଲ ପିପୁଲ ଟିମ୍‌ ଫୋର୍ସରେ ଯୋଗ ଦେଇଛନ୍ତି । ସ୍ଥାନୀୟ ଯୁବକମାନଙ୍କୁ ବିପ୍ଳବ ବିରୋଧରେ ଯିବାପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏ କାମ ଶୀଘ୍ର ଛାଡ଼ନ୍ତୁ । ନଚେତ୍‌ ଦଣ୍ଡ ଦିଆଯିବ । ଆର୍ଥିକ ଲୋଭ ଦେଖାଇ ସ୍ଥାନୀୟ ଗରିବ ଯୁବକମାନଙ୍କୁ ସୂଚନାଦାତା ବନାଇ ପୋଲିସ୍‌ ସେମାନଙ୍କ ଜୀବନସହ ଖେଳ ଖେଳୁଛି ବୋଲି ବା.ଘୁ.ନା(ବାସଧାରା ଘୁମୁସର ନାଗାବଳୀ)ଡିଭିଜନ ସିପିଆଇ ମାଓ ସଂଗଠନ ପକ୍ଷରୁ ଘଟଣାସ୍ଥଳରେ ଛାଡ଼ି ଯାଇଥିବା ପୋଷ୍ଟରରେ ଉଲ୍ଲେଖଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାକୁ ବିରୋଧ କରିବା ସହ ତୀବ୍ର ନିନ୍ଦା କରିଛି ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ । ଏହାର ଉଚିତ୍‌ ଜବାବ୍‌ ଦିଆଯିବ ବୋଲି କହିଛନ୍ତି ସଙ୍ଗଠନର ଓଡ଼ିଶା ମୁଖ୍ୟ ଭାରତ ଭୂଷଣ ।

hiranchal ad1
Leave A Reply

Your email address will not be published.

twelve − 9 =