ବାଲିଗୁଡ଼ା ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ

0 161

ବାଲିଗୁଡ଼ା: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମୁକ୍ତା ଯୋଜନାରେ ସାମିଲ ସହ ୨କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ ସହ ସହରର ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏହି ମୁକ୍ତା ଯୋଜନାର ଶୁଭାରମ୍ଭ କରିବା ସହ ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମର ଇଣ୍ଡୋର୍‌ ବାସ୍କେଟ ବଲ୍‌ ଗୃହ ନିର୍ମାଣଠାରୁ ଆରମ୍ଭ କରି ଏନ୍‌ଏସି ଷ୍ଟାଫ୍‌ କ୍ୱାଟର, ସହରର ବିଭିନ୍ନ ସ୍ଥାନରେ ମହିଳା ଓ ପୁରୁଷମାନଙ୍କ ପାଇଁ ଶୌଚାଳୟ, ୧୨ୱାର୍ଡର ଏକ ପୋଖୋରୀ ପୁନରୁଦ୍ଧାର କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ବିଧାୟକ ଶ୍ରୀ କହଁରଙ୍କ ସମେତ ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

11 − nine =