କୋଭିଡ କଟକଣାରେ ପାଳନ ହେଲା ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ

0 67

ବାଲିଗୁଡ଼ା: ଗତକାଲି ସାରା ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମଠାରେ କୋଭିଡ କଟକଣା ମଧ୍ୟରେ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଦେଶ ଓ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ଏଥିରେ ବାଲିଗୁଡ଼ା ଏସଡିପିଓ ଜି.ଆର୍‌.ରେଡ୍ଡୀ, ତହସିଲଦାର ଶଶାଙ୍କ ପାତ୍ର, ବିଡ଼ିଓ ଡଃ ଜଗଦୀଶ ଷଡ଼ଙ୍ଗୀ, ଥାନା ଅଧିକାରୀ ବାବାଙ୍କର ସରାଫଙ୍କ ସମେତ ଉପଖଣ୍ଡ ଉତ୍ସବ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × four =