ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

0 195

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ମହକୁମାରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ଏହି ସମାରୋହରେ ଡ଼. ଅରୁଣକୁମାର ସାହୁ, ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ବିଭଗ, ଓଡିଶା ମୁଖ୍ୟଅତିଥି ଭାବେ ଯୋଗଦାନ କରିବା ସହ ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକାକୁ ଉତ୍ତୋଳନ କରି ଅଭିବାଦନ ଗ୍ରହଣ ପୂର୍ବକ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ମନ୍ତ୍ରୀ ଡ଼.ସାହୁ କହିଲେ ଯେ, ଭାରତର ସମ୍ବିଧାନ ବିଶ୍ୱରେ ଅଦ୍ୱିତୀୟ, ଅନେକତା ମଧ୍ୟରେ ଏକତା ଏହାର ବୈଶିଷ୍ଟ୍ୟ । ଦେଶର ଗର୍ବ ଗୌରବ ଓ ଗାରିମାକୁ ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ଓ ତାର ଅନୁପାଳନ ଆମର କର୍ତ୍ତବ୍ୟ । ସେ ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରି ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିଲ୍ଲାର ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ଓ ଜିଲ୍ଳା ଇତିହାସର ଅବଲୋକନ ପୂର୍ବକ ଏକ ସ୍ୱାଧୀନ ବିକାଶ ମୂଳକ ରାଷ୍ଟ୍ର ଗଠନରେ ଜିଲ୍ଲାର ଅବଦାନକୁ ପ୍ରଶଂସା କରିଥିଲେ ।

hiring

ସମାରୋହରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ପିଡି ଡି ଆର ଡି ଏ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତକୁମାର ପାଢ଼ୀ, ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ, ପୋଲିସ ପ୍ରଶାସନ ସହ କୋଭିଡ ଯୋଦ୍ଧା, ସାମ୍ବାଦିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ । ଅଦ୍ୟ ଦିନ ଦିବା ୦୮-୩୦ ଘଣ୍ଟା ସମୟରେ ଦିବସର ମୁଖ୍ୟଅତିଥି ଅନୁଷ୍ଠାନିକ ଜିଲ୍ଲାସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲା ଆରକ୍ଷୀ ବାହିନୀର ଗୋଟିଏ ପ୍ଲାଟୁନ୍‌ ସହ ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଥିଲେ ଓ ଏଇ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତ୍ୟୁଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ପରେ ପରେ ସକାଳ ୦୭-୦୦ ଘଣ୍ଟା ସମୟରେ ସହରରେ ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ଅଶ୍ୱିନୀକୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ । ଏଥିରେ ବିଭଗର ମାନଭଞ୍ଜନ ପଟ୍ଟନାୟକ, ଓ କର୍ମଚାରୀ, ସ୍ୱଳ୍ପ ସଂଚୟ ବିଭାଗର ଦୁଃଖୀ ଶ୍ୟାମ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ପ୍ରାତଃ ୭-୩୦ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିଷ୍ଠାପର ଭାବରେ ନିଜର କର୍ତ୍ତବ୍ୟ ନିର୍ବାହ ପୂର୍ବକ ଦେଶ ତଥା ସମାଜର ସେବା କରିବା ପାଇଁ ଉଦବୋଧନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍‌ ମିଞ୍ଜ୍‌ଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉତ୍ସବରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × five =